Thu. Dec 26th, 2024

ଆଜି ଲଘୁଚାପର ରୂପ ନେବ ଘୁର୍ଣ୍ଣିବଳୟ, ୩୦ ଯାଏଁ ଲାଗି ରହିବ ବର୍ଷା

By amfnews Oct 29, 2018 #Featured
248 Views

ଭୁବନେଶ୍ୱର, ଅକ୍ଟୋବର ୨୯ : ଆଜି ରାତିରେ ଲଘୁଚାପର ରୂପ ନେବ ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ । ଏହାର ପ୍ରଭାବରେ ଉପକୂଳବର୍ତି ଅଂଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓ ଉତର ଓଡିଶାର ୮ ଟି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା  ଜାରି ରଖିଥିବାବେଳେ ବର୍ତମାସ ଫସଲ ଅମଳର ସମୟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି ।

ଉତର ଭାରତରୁ ଥଣ୍ଡା ପବନ ପ୍ରବାହିତ ହେଉଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୨ ଡିଗ୍ରୀ ଖସିଥିବା ଦେଖାଯାଇଛି । ଗତକାଲି ପୁରୀ ଜିଲ୍ଲାରେ ଅଳ୍ପ ବର୍ଷା ହୋଇଛି । ଆଜି ମଧ୍ୟ କେତେକ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି । ତେବେ ରାଜଧାନୀରେ ପାଗ ଶୁଖିଲା ରହିଛି । ଆସନ୍ତାକାଲି କେତେକ ସ୍ଥାନରେ ସାମାନ୍ୟରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୩୦ ଯାଏଁ ବର୍ଷା ଲାଗି ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଥିବା ସହ ୩୧ରୁ ଏହାର ପରିମାଣ କମ ରହିବ ବୋଲି ଜଣାପଡିଛି ।

ସମ୍ଭାବ୍ୟ ବର୍ଷାକୁ ନେଇ  ସରକାର ପଦକ୍ଷେପ ନେଇଛନ୍ତି । ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ପରେ ଧାନରେ ଚକଡା ପୋକ ମାଡିବାର ଆଶଙ୍କା ଥିବାରୁ ଚାଷୀଙ୍କୁ ପ୍ରତିକାର କରିବାକୁ ପରାମର୍ଶ ଦିଆଯାଇଛି ।

By amfnews

Related Post