198 Views
ଭୁବନେଶ୍ୱର, ଜାନୁଆରୀ ୨୯ : ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ । ସାଧାରଣ ନିର୍ବାଚନ ନିକଟତର ଥିବାବେଳେ କ୍ୟାବିନେଟରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ମୋହର ଲାଗିବାର ସମ୍ଭାବନା ରହିଛି ।
ଅପରାହ୍ନ ସାଢେ ୫ ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ କ୍ୟାବିନେଟ ବୈଠକ ବସିବ । ପଂଚାୟତିରାଜ ଓ ପାନୀୟ ଜଳ ପ୍ରକଳ୍ପ ପାଇଁ ଅର୍ଥ ମଂଜୁରୀ ନିମନ୍ତେ ୫ରୁ ୬ ପ୍ରସ୍ତାବ ଉପରେ ଅନୁମୋଦନ ମିଳିବାର ରହିଥିବାବେଳେ ୧୨ ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ ।
ଗତକାଲି ଦିଲ୍ଲୀ ଗସ୍ତ କରି କେନ୍ଦ୍ରୀୟ ଯୋଜନା ଗୁଡିକର ସମୀକ୍ଷା କରିବା ସହ କେନ୍ଦ୍ରଠାରୁ ବକେୟା ପାଇବାକୁ ଥିବା ଅର୍ଥକୁ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ଆଜିର କ୍ୟାବିନେଟରେ ଏହି ବିଷୟରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।