Mon. Jan 27th, 2025

ଆଜି ରାଜ୍ୟସଭାରେ ଉପସ୍ଥାପନ ହେବ ଚାଷୀ ସଂପର୍କିତ ୩ଟି ବିଲ, ସ୍ୱତନ୍ତ୍ର ରଣନୀତି କଲେ ସରକାର

By amfnews Sep 20, 2020 #Featured
148 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୦ : ଚାଷୀଙ୍କ ପାଇଁ ଅଣାଯାଇଥିବା ୩ଟି କୃଷି ବିଧେୟକକୁ ନେଇ ଆଜି ସଡ଼କରୁ ସାଂସଦ ଯାଏଁ ବିରୋଧ ପ୍ରଦର୍ଶନ ହେଉଛି । ଏହି ବିଧେୟକଙ୍କୁ ନେଇ ବିରୋଧୀ ଦଳର ନେତାମାନେ ଗରମ ଦେଖାଯାଇଛନ୍ତି । ଏନଡିଏର ସହଯୋଗୀ ଆକାଳୀ ଦଳ ମଧ୍ୟ ବିଦ୍ରୋହୀ ପାଲଟିଛି । କିନ୍ତୁ ସମସ୍ତ ବିରୋଧ ପରେ ବି ସରକାର ଆଜି ବିଧେୟକକୁ ରାଜ୍ୟସଭାରେ ଉପସ୍ଥାପନ କରିବାକୁ ଯାଉଛନ୍ତି । ସରକାରଙ୍କୁ ଆଶା ଯେ, ଏହା ରାଜ୍ୟସଭାରେ ଗୃହୀତ ହେବ । ଆସନ୍ତୁ ଜାଣିବା କେଉଁ ୩ଟି ବିଲ ଆଜି ରାଜ୍ୟସଭାରେ ଗୃହୀତ ହେବ ।

ବିରୋଧୀଙ୍କ ବିରୋଧର କାରଣ ହେଉଛି ଏହି ବିଲ

-କୃଷି ଉତ୍ପାଦନ ବ୍ୟାପାର ଓ ବାଣିଜ୍ୟ

-ମୂଲ୍ୟ ଆଶ୍ୱାସନ ଓ କୃଷି ସେବା ଉପରେ ଚାଷୀ ବିଲ

-ଆବଶ୍ୟକ ବସ୍ତୁ ସଂଶୋଧନ ବିଲ

୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ବିଜେପି ନେତୃତ୍ୱରେ ଏନଡିଏ ପାଖରେ ବହୁମତ ନାହିଁ । କିନ୍ତୁ ଅନେକ ଆଂଚଳିକ ଦଳ ବିଗତ ଅଧିବେଶନ ଗୁଡ଼ିକରେ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି । ରାଜ୍ୟସଭାରେ ଏବେ ବହୁମତ ହେଉଛି ୧୨୨ । ବିଜେପି କହିଛି, ତାକୁ ୧୩୦ ସାଂସଦ ସମର୍ଥନ କରିବେ ।

ବିଜେପିକୁ ଏଆଇଡିଏମକେର ୯ ଜଣ ସାଂସଦ, ଟିଆରଏସର ୭ ଜଣ, ୱାଇଏସଆର କଂଗ୍ରେସର ୬ ଜଣ, ଶିବସେନାର ୩ ଜଣ, ବିଜୁ ଜନତା ଦଳର ୯ ଜଣ ଓ ଡିଡିପିର ଜଣେ ସାଂସଦ ସମର୍ଥନ କରିବା ଆଶା ରହିଛି । ରାଜ୍ୟସଭାରେ ବିଜେପିର ୮୬ ଜଣ ସାଂସଦ ଅଛନ୍ତି । ଯଦିଓ ସରକାରଙ୍କ ପାଖରେ ଏବେ ସଂଖ୍ୟା ଗରିଷ୍ଠତା ନାହିଁ, ତଥାପି ଏହା ହାସଲ କରିବାରେ ମଧ୍ୟ ଅସୁବିଧା ନାହିଁ ।

By amfnews

Related Post