Sun. Mar 8th, 2026

ଆଜି ଯୁବ କଂଗ୍ରେସ ବୈଠକ; ଫାଇନାଲ୍‌ ହୋଇପାରେ ମୁଖିଆଙ୍କ ନାଁ

236 Views

ଭୁବନେଶ୍ୱର : ଆଜି ରାଜ୍ୟ ଯୁବ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏଥିରେ ଯୁବ କଂଗ୍ରେସକୁ କିପରି ସୁଦୃଢ କରାଯିବ ସେନେଇ ଆଲୋଚନା ହେବ। ଗତ ସାଧାରଣ ନିର୍ବାଚନ ପରେ ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି । ତେଣୁ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଛାମୁଆ ସଂଗଠନଗୁଡ଼ିକୁ କିଭଳି ସକ୍ରିୟ କରାଯିବ, ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ଆଜି  ହେବାକୁ ଥିବା ବୈଠକରେ କମିଟି ପ୍ରାୟ ପାଞ୍ଚ, ଛଅ ଜଣଙ୍କ ନାଁ ସୁପାରିଶ କରିବ। ଏହି ନାଁ ଭିତରୁ ଜଣଙ୍କୁ ଯୁବ କଂଗ୍ରେସ ସଭାପତି ପଦରେ ଅଧ୍ୟୁଷିତ କରାଯିବ ବୋଲି ସୂଚନା ମିଳିଛି । ଆସନ୍ତା ଏକ ମାସ ମଧ୍ୟରେ ଛାମୁଆ ସଂଗଠନର ମୁଖିଆଙ୍କ ନାଁ ମଧ୍ୟ ଘୋଷଣା ହେବ ବୋଲି ସୂଚନା ମିଳିଛି ।

ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ହେବା ପରେ ତତ୍କାଳୀନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କୁ ତାଙ୍କ ପଦରୁ ଅପସାରଣ କରାଯାଇଥିଲା ।  ଏହାପରେ ଲୋକନାଥ ମହାରଥୀଙ୍କୁ ଯୁବ କଂଗ୍ରେସ ମଙ୍ଗୁଆଳ କରାଯାଇଥିଲା । ବର୍ତ୍ତମାନ ଏଆଇସିସିରୁ ଆରମ୍ଭ କରି ପିସିସି ପର୍ଯ୍ୟନ୍ତ ସଭାପତି ତଥା ଅନ୍ୟାନ୍ୟ କମିଟି ଗଠନ ନେଇ ଦ୍ୱନ୍ଦ୍ୱ ଦୂର ହୋଇନାହିଁ । ତେଣୁ ଯୁବ କଂଗ୍ରେସ ସଭାପତି ବଦଳରେ ଆବାହକ ନିଯୁକ୍ତ କରାଯିବା ନେଇ ମଧ୍ୟ କେତେଜଣ ନେତା ମତ ରଖିଛନ୍ତି ।

 

By amfnews

Related Post