Sun. Mar 8th, 2026

ଆଜି ମୋଦୀଙ୍କୁ ଭେଟିବେ ଆମେରିକୀୟ ସଚିବ ପୋମ୍ପେଓ

204 Views

ନୂଆଦିଲ୍ଲୀ : ମଙ୍ଗଳବାର ସନ୍ଧ୍ୟାରେ ଭାରତରେ ପହଞ୍ଚିଥିବା ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ସଚିବ ମାଇକ୍‌ ପୋମ୍ପେଓ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ। ଏହାଛଡ଼ା ପୃଥକ୍‌ ପୋମ୍ପେଓ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ପୋମ୍ପେଓଙ୍କର ଗସ୍ତ ଯୋଗୁଁ ଦୁଇ ଦେଶର ବନ୍ଧନ ଦୃଢ଼ତର ହେବ ବୋଲି ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା କହିଛି।

ରୁଷ୍‌ ଠାରୁ ଭାରତ ଏସ୍‌-୪୦୦ କ୍ଷେପଣାସ୍ତ୍ର କିଣିବା, ଆତଙ୍କବାଦ, ଏଚ୍‌ଓ୍ଵାନ୍‌ବି ଭିସା, ବାଣିଜ୍ୟ ଏବଂ ଇରାନ୍‌ରୁ ତୈଳ ଖରିଦ ସଂକ୍ରାନ୍ତ କଟକଣା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ସାକ୍ଷାତ୍‌ ସମୟରେ ଆଲୋଚନା ପାଇଁ ରଖାଯାଇଛି।

ଆସନ୍ତା ସପ୍ତାହରେ ଆୟୋଜନ କରାଯାଇଥିବା ଜି-୨୦ ବୈଠକ ଯେଉଁଠି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ପରସ୍ପରଙ୍କୁ ଭେଟିବେ, ସେଥିପାଇଁ ପୋମ୍ପେଓଙ୍କ ଗସ୍ତ ବଡ଼ ଗୁରୁତ୍ୱପୂର୍ଣ୍ଣ ବୋଲି ମନେହେଉଛି। ଟ୍ରମ୍ପ୍‌ଙ୍କ ଶାସନକାଳ ମଧ୍ୟରେ ପୋମ୍ପେଓଙ୍କ ଏହାକୁ ମିଶାଇ ତିନି ଥର ଭାରତ ଗସ୍ତରେ ଆସିଲେଣି। ଜୁନ୍‌ ୨୫-୨୭ ଯାଏଁ ପୋମ୍ପେଓ ଭାରତରେ ରହିବା ପରେ ଟ୍ରମ୍ପଙ୍କ ସହ ଜି-୨୦ ବୈଠକରେ ଯୋଗ ଦେବାକୁ ଜାପାନ ଯିବେ।

By amfnews

Related Post