Sat. Mar 7th, 2026

ଆଜି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ : ୧୧୦୦ କୋଟିର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ ହେବ

404 Views

ବ୍ରହ୍ମପୁର, 27 Jan.2019 : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଗଂଜାମ ଜିଲ୍ଲା  ଗସ୍ତ କରୁଛନ୍ତି । ସେ ଗଂଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୧୧ ଶହ କୋଟିର ପ୍ରକଳ୍ପ ଘୋଷଣା କରିବେ ବୋଲି ଜଣାପଡ଼ିଛି। । ରବିବାର  ଦିନ ପ୍ରାୟ ସାଢେ ୧୧ଟାରେ ଗଂଜାମ ଜିଲାର ରଙ୍ଗେଇଲୁଣ୍ଡାରେ ଏହି କାର୍ଯ୍ୟକ୍ରମ ରହିଛି ।

ରଙ୍ଗେଇଲୁଣ୍ଡାରେ ୭୧୬ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ସହ ୨୯୬ କୋଟି ଟଙ୍କାର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ରଙ୍ଗେଇଲୁଣ୍ଡାରେ ମୁଖ୍ୟମନ୍ତ୍ରୀ  ଏକ ଚାଷୀ ସମାବେଶରେ ମଧ୍ୟ ଯୋଗ ଦେବେ । ଏଠାରେ ମୁଖ୍ୟମନ୍ତ୍ରୀ ପ୍ରାୟ ୨୫ ହଜାର ଚାଷୀଙ୍କୁ ବିଭିନ୍ନ କୃଷି ଉପକରଣ ବିତରଣ ସହ ଜନସାଧାରଣଙ୍କୁ ଉଦବୋଧନ ଦେବେ । ଏହି ଚାଷୀ ସମାବେଶରେ ଜିଲ୍ଲାର ୨୨ଟି ବ୍ଲକର ଚାଷୀମାନେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ୨୩୧ଟି ପ୍ରକଳ୍ପର ଉଦଘାଟନ ଓ ୪୮ଟି ପ୍ରକଳ୍ପର ଶିଳାନ୍ୟାସ ହେବ ।

ସେପଟେ ମୁଖ୍ୟମନ୍ତ୍ରୀ ରବିବାର ସନ୍ଧ୍ୟାରେ ଦିଲ୍ଲୀ ଯିବେ । କେନ୍ଦ୍ର ନିକଟରେ ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବା ପାଇଁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି  ନବୀନ। କେନ୍ଦ୍ରରେ ଓଡ଼ିଶାର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା କରିବେ ମୁ୍ଖ୍ୟମନ୍ତ୍ରୀ। ସୋମବାର ସକାଳେ ଦିଲ୍ଲୀର ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି

By amfnews

Related Post