Sun. Mar 8th, 2026
186 Views

ଭୁବନେଶ୍ୱର  :  ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି ଗାଁଠୁ ସହର। ଆଧ୍ୟାତ୍ମିକ ପରିବେଶ ଓ ମନ୍ତ୍ରପାଠରେ କମ୍ପୁଛି ବିଭିନ୍ନ ପୂଜା ମଣ୍ଡପ। ଆଜି ମାଆଙ୍କ ମହାନବମୀ ଅବସରରେ ସକାଳୁ ସକାଳୁ ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ପୂଜା।

ଗତକାଲି ମହାଷ୍ଟମୀରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାମାୟା। ବିଭିନ୍ନ ମଣ୍ଡପରେ କିଏ ଜଗତଜନନୀଙ୍କୁ ଶାଢ଼ି ଦେଇ ନିଜର ସର୍ବମଙ୍ଗଳ କାମନା କରୁଛି ତ ଆଉ କିଏ ଚୁଡ଼ି ଓ ସିନ୍ଦୁର ଦେଇ ପରିବାରର ଶୁଭ ମନାସୁଛି । ରାଜଧାନୀରେ ଏବର୍ଷ ୧୭୨ଟି ଓ କଟକରେ ୧୬୨ ମଣ୍ଡପରେ ପୂଜା ପାଉଛନ୍ତି ମା‌ଆ। ୩୦ରୁ ଅଧିକ ସ୍ଥାନରେ ସୁନା ଚାନ୍ଦିରେ ବି ଝଟକୁଛନ୍ତି ମାଆ।
ଗତକାଲି ଅଷ୍ଟମୀ ଥିବାରୁ ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ନିକଟରେ ବେଶ ଭିଡ଼ ଦେଖିବାକୁ ମିଳିଥିଲା। ରସୁଲଗଡ, ନୟାପଲ୍ଲୀ ଓ ଝାରପଡା ଆଦି ମଣ୍ଡପ ନିକଟରେ ଅଧିକ ଭିଡ଼ ଲାଗି ରହିଥିଲା। ଆଜି କଟକର ବିଭିନ୍ନ ପୂଜା ମଣ୍ଡପରେ ଅନୁଷ୍ଠିତ ହେବ ସିନ୍ଦୁର ଖେଳ।

By amfnews

Related Post