Fri. Dec 27th, 2024

ଆଜି ବିଗ୍‌-ବିଙ୍କ ଜନ୍ମଦିନ: ଏମିତି ମିଳିଥିଲା ବଲିଉଡରେ ବ୍ରେକ, ସଂଘର୍ଷ ଥିଲା ଜୀବନ

By amfnews Oct 11, 2020 #Featured
183 Views

ନୂଆଦିଲ୍ଲୀ, ଅକ୍ଟୋବର ୧୧ : ଫିଲ୍ମ ଜଗତରେ ମହାନାୟକଙ୍କ ଜୀବନରେ ଏତେ କାହାଣୀ ରହିଛି, ଯାହାକି ତାଙ୍କର ପ୍ରଶଂସକ ଓ ଅମିତାଭ ବଚ୍ଚନ ସେୟାର କରିବାରେ ଥକିପଡ଼ନ୍ତି । ନୂତନ ପୀଢ଼ିର ଲୋକେ ଅମିତାଭଙ୍କ ବାବଦରେ ଜାଣି ଆଶ୍ଚର୍ଯ୍ୟ ହୋଇଥାନ୍ତି । ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଅବସରରେ ଏହି ରିପୋର୍ଟ ପ୍ରସ୍ତୁତ ।

ଅମିତାଭ ବଚ୍ଚନ ଯେତେବେଳେ କୋଲକାତାରେ ନିଜର ଚାକିରି ଛାଡ଼ି ୧୯୬୯ରେ ମୁମ୍ବାଇ ଆସିଯାଇଥିଲେ, ନିଜର ପୋର୍ଟଫୋଲିଆ ନେଇ ଲକ୍ଷ୍ୟଭ୍ରଷ୍ଟ ହୋଇଯାଉଥିଲେ । ସେହି ସମୟରେ ଖ୍ୱାଜା ଅହମଦ ଅବାସ ଏକ ଫିଲ୍ମ ନିର୍ମାଣ କରୁଥିଲେ ‘ସାତ ହିନ୍ଦୁସ୍ତାନୀ’ । ଗୋଆ ମୁକ୍ତି ସଂଗ୍ରାମର ୮ ବର୍ଷ ପରେ ସେ ଏହାର ବ୍ରେକଡ୍ରପ ମୁଭି ପ୍ରସ୍ତୁତ କରିବାକୁ ଥିଲେ । ଏହି ସମୟରେ ସେ ନିଜର କାଷ୍ଟିଂ ପୂରା କରି ନେଇଥିଲେ । କିନ୍ତୁ ଅଚାନକ ଟିନୁ ଆନନ୍ଦ କହିଥିଲେ, ସେ ରୋଲ କରିପାରିବେ ନାହିଁ । ପରେ ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ସ୍ଥାନ ମିଳିଥିଲା ।

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ, ଅମିତାଭ ବଚ୍ଚନଙ୍କ କ୍ୟାରିୟରର ପ୍ରଥମ ୧୨ଟି ଫିଲ୍ମ ଫ୍ଲପ ଥିଲା । ଏଥିରୁ ଜଣାପଡୁଛି ଯେ, ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ପୁଅ ହୋଇ ବି କେମିତି ସଂଘର୍ଷ କରିଥିଲେ । ପୂର୍ବରୁ ସେ ଇଂଜିନିୟର ହେବାକୁ ଚାହିଁଥିଲେ । ପରେ ଏୟାରଫୋର୍ସ ତାଙ୍କର ପସନ୍ଦ ଥିଲା । କିନ୍ତୁ ଉଭୟ ପସନ୍ଦ ପୂରା ହୋଇପାରିଲା ନାହିଁ । ସେ କୋଲକାତାରେ ଚାକିରି କରୁଥିବା ବେଳେ ମାସକୁ ୫୦୦ ଟଙ୍କା ପାଉଥିଲେ । ଏଥିରୁ ୫୦ ଟଙ୍କା କଟିଯାଉଥିଲା । କିନ୍ତୁ ଏକଦା ଅମିତାଭ ବଚ୍ଚନଙ୍କ ୧୭ଟି ଫିଲ୍ମ ଲଗାତାର ସୁପରହିଟ ହୋଇଥିଲା ।

By amfnews

Related Post