Sun. Jun 8th, 2025

ଆଜି ପୃଥିବୀ ପାଖ ଦେଇ ଅତିକ୍ରମ କରିବ ସବୁଠୁ ଉଜ୍ଜ୍ୱଳ ଧୂମକେତୁ

By amfnews Dec 16, 2018 #Featured
249 Views

ଓ୍ଵାସିଂଟନ୍‌, ଡିସେମ୍ବର ୧୬ : ରବିବାର ଅର୍ଥାତ୍‌ ଡିସେମ୍ବର ୧୬ ତାରିଖ ଦିନ ପୃଥିବୀ ପାଖ ଦେଇ ଗୋଟାଏ ଉଜ୍ଜ୍ୱଳ ଧୂମକେତୁ ଅତିକ୍ରମ କରିବ ବୋଲି ନାସା କହିଛି। ୪୬ପି/ଇର୍‌ଟାନେନ୍‌ ନାମରେ ସୁପରିଚିତ ଏହି ଧୂମକେତୁ ପୃଥିବୀ ଠାରୁ ୧୧. ୪ ନିୟୁତ କିଲୋମିଟର ଦୂରରେ ରହି ଅତିକ୍ରମ କରିବ। ଅର୍ଥାତ୍‌ ପୃଥିବୀ ଠାରୁ ଏହି ଧୂମକେତୁର ଦୂରତା ସେତେବେଳେ ଥିବ ଚନ୍ଦ୍ର ଠାରୁ ୩୦ ଗୁଣ ଦୂରରେ। ଏହାକୁ ବିନା ଟେଲିସ୍କୋପ୍‌ରେ ଦେଖି ହେବ।
ପୁଣି ୭୦ ବର୍ଷ ପରେ ଯାଇ ଏହି ଧୂମକେତୁ ପୁଣି ଦେଖା ଦେବ।

ଇର୍‌ଟାନେନ୍‌ ଧୂମକେତୁକୁ ବଡ଼ ସୌଖୀନ୍‌ ଟେଲିସ୍କୋପ୍‌ରେ ଦେଖା ଯାଇ ସାରିଲାଣି। ଆଜି ଏହି ଉଜ୍ଜ୍ୱଳ ଧୂମକେତୁକୁ ବାଇନୋକୁଲାର୍ସ କିଂବା ଖାଲି ଆଖିକୁ ଦେଖା ଯିବ ବୋଲି ନାସା କହିଛି।୪୬ପି/ଇର୍‌ଟାନେନ୍‌ ଧୂମକେତୁକୁ ୧୯୪୮ ମସିହାରେ ଜ୍ୟୋତିର୍ବିଜ୍ଞାନୀ କାର୍ଲ ଇର୍‌ଟାନେନ୍‌ ପ୍ରଥମେ ଆବିଷ୍କାର କରିଥିଲେ। ୧. ୧ କିଲୋମିଟର୍‌ ପ୍ରସ୍ଥବିଶିଷ୍ଟ ଏହି ଧୂମକେତୁଟି ପ୍ରତି ୫. ୪ ବର୍ଷରେ ଥରେ ସୂର୍ଯ୍ୟକୁ ପରିକ୍ରମା କରୁଛି।

By amfnews

Related Post