Sun. Jan 26th, 2025

ଆଜି ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦ୍ଦୁଲ କଲାମଙ୍କ ଜୟନ୍ତ୍ରୀ

By amfnews Oct 15, 2020 #Featured
176 Views

ନୂଆଦିଲ୍ଲୀ, ଅକ୍ଟୋବର ୧୫ : ପୂର୍ବତନ ରାଷ୍ଟ୍ରପତି ତଥା ପ୍ରସିଦ୍ଧ ବୈଜ୍ଞାନିକ ଏପିଜେ ଅବ୍ଦୁଲ କଲାମଙ୍କ ଜୟନ୍ତୀ ଆଜି । ସେ ଆଜିର ଦିନରେ ୧୯୩୧ ମସିହାରେ ତାମିଲନାଡୁର ପ୍ରସିଦ୍ଧ ସହର ରାମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଲାମଙ୍କୁ ଟୁଇଟ କରି ମନେ ପକାଇଛନ୍ତି । 

ଗୃହମନ୍ତ୍ରୀ ଅମିତ ଶାହା ଲେଖିଛନ୍ତି, ଡ. ଏପିଜେ ଅବ୍ଦୁଲ କଲାମଙ୍କୁ ପ୍ରଣାମ କରୁଛି । ଜଣେ ଦୃରଦ୍ରଷ୍ଟି ଜନନାୟକ, ଭାରତର ମହାକାଶ ଓ ମିସାଇଲ କାର୍ଯ୍ୟକ୍ରମକୁ ଆଗକୁ ନେଇ, ସେ ଯେମିତି ଆମକୁ ମଜବୁତ କରିଛନ୍ତି, ତାହା ସ୍ମରଣୀୟ । ଆପଣ ଭାରତକୁ ଆତ୍ମନିର୍ଭର କରିବାକୁ ଚାହୁଁଥିଲେ । ବିଜ୍ଞାନ ଓ ଶିକ୍ଷା କ୍ଷେତ୍ରରେ କଲାମଙ୍କ ଅବଦାନ ପ୍ରେରଣାଦାୟକ । 

ସଂକ୍ଷେପରେ ଡ. ଏପିଜେ ଅବଦ୍ଦୁଲ କଲାମ

-ଡ. ଏପିଜେ ଅବ୍ଦୁଲ କଲାମ ୧୯୩୧ ଅକ୍ଟୋବର ୧୫ରେ ରାମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ । ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ଶେଷ କରିବା ପରେ ସେ ପଦାର୍ଥ ବିଜ୍ଞାନ ଓ ମିସାଇଲ ବିଜ୍ଞାନ ଶିକ୍ଷା ଉପରେ ପଢ଼ିଥିଲେ । 

-କଲାମଙ୍କୁ ୧୯୮୧ରେ ପଦ୍ମଭୂଷଣ, ୧୯୯୦ରେ ପଦ୍ମ ବିଭୂଷଣ ଓ ୧୯୯୭ରେ ଭାରତ ରତ୍ନ ସମ୍ମାନ ମିଳିଥିଲା । 

-କଲାମ ଥିଲେ ଦେଶର ଏକାଦଶ ତମ ରାଷ୍ଟ୍ରପତି । ସେ ୨୦୦୨ରୁ ୨୦୦୭ ମଧ୍ୟରେ ରାଷ୍ଟ୍ରପତି ଥିଲେ । ସେ ଭାରତର ସବୁଠାରୁ ଅଧିକ ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅନ୍ୟତମ । 

-ଡ. କଲାମ ପାଇଲଟ ହେବାକୁ ସ୍ୱପ୍ନ ଦେଖିଥିଲେ । କିନ୍ତୁ ଏହା ପୂରା ହୋଇନଥିଲା । ଏଥି ପାଇଁ ସେ ବୈଜ୍ଞାନିକ ହୋଇଥିଲେ ଏବଂ ଦେଶର ମିସାଇଲ ମ୍ୟାନ ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି । ଅଟଳ ବିହାରୀ ବାଜପେୟୀ ସରକାରରେ ତାଙ୍କର ପରମାଣୁ ବୋମା ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା । 

-ବର୍ଷ ୨୦୧୫ରେ ଶିଲଂରେ ଏକ ଲେକଚର ଦେଉଥିବା ସମୟରେ ସେ ପଡ଼ିଯାଇଥିଲେ । କିନ୍ତୁ ହସ୍ପିଟାଲରେ ପହଂଚିବା ପରେ ୨୦୧୫ ଜୁଲାଇ ୨୭ରେ ଡ. କଲାମଙ୍କ ପରଲୋକ ହୋଇଥିଲା । 

By amfnews

Related Post