Sat. Mar 7th, 2026

ଆଜି ପୁଣି ୪୫୬ଜଣ କରୋନା ପଜିଟିଭ୍ ଚିହ୍ନଟ

In Odisha, there has been a significant drop in Covid cases, with 9,833 positives.
In Odisha, there has been a significant drop in Covid cases, with 9,833 positives.
255 Views

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୪୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କ ଭିତରୁ ୧୪୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୩୦୯ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୪ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାଯାଇଛି।

ଏହାଛଡ଼ା ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ୱର ଜିଲ୍ଲାରୁ ୧୪, ବରଗଡ଼ ଜିଲ୍ଲାରୁ ୩୩, ଭଦ୍ରକ ଜିଲ୍ଲାରୁ ୧୨, ବଲାଙ୍ଗୀର ଜିଲ୍ଲାରୁ ୬, କଟକ ଜିଲ୍ଲାରୁ ୧୩, ଢେଙ୍କାନାଳ ଜିଲ୍ଲାରୁ ୧, ଗଜପତି ଜିଲ୍ଲାରୁ ୧, ଜଗତସିଂହପୁର ଜିଲ୍ଲାରୁ ୨୩, ଯାଜପୁର ଜିଲ୍ଲାରୁ ୫୭, କଳାହାଣ୍ଡି ଜିଲ୍ଲାରୁ ୧, କନ୍ଧମାଳ ଜିଲ୍ଲାରୁ ୩, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫, କେନ୍ଦୁଝର ଜିଲ୍ଲାରୁ ୨, ଖୋର୍ଦ୍ଧା ଜିଲ୍ଲାରୁ ୨୧, କୋରାପୁଟ ଜିଲ୍ଲାରୁ ୧୦, ମୟୂରଭଞ୍ଜ ଜିଲ୍ଲାରୁ ୮, ନବରଙ୍ଗପୁର ଜିଲ୍ଲାରୁ ୨୪, ନୟାଗଡ଼ ଜିଲ୍ଲାରୁ ୪, ପୁରୀ ଜିଲ୍ଲାରୁ ୩, ରାୟଗଡ଼ା ଜିଲ୍ଲାରୁ ୧୩, ସମ୍ବଲପୁର ଜିଲ୍ଲାରୁ ୧୫, ସୁନ୍ଦରଗଡ଼ ଜିଲ୍ଲାରୁ ୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଣେ ରାଜ୍ୟରେ ମୋଟ୍ ୬୬୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫୪ ରହିଛି।

By amfnews

Related Post