Sat. Feb 1st, 2025

ଆଜି ପଶ୍ଚିମ ଓଡିଶାର ଗଣପର୍ବ, ଏହି ସମୟରେ ହେଉଛି ନବାନ୍ନଲାଗି

By amfnews Sep 3, 2019 #Featured
251 Views

ଭୁବନେଶ୍ବର  : ଆଜି ପଶ୍ଚିମ ଓଡିଶାରେ ଖୁବ ଧୁମଧାମରେ ପାଳିତ ହେଉଛି ସେହି ଅଞ୍ଚଳର ଗଣପର୍ବ ନୂଆଖାଇ । ଏହାକୁ ନବାନ୍ନ ବୋଲି ବି କୁହାଯାଏ। ଏହା ଏକ କୃଷିଭିତ୍ତିକ ଉତ୍ସବ । ଭାଦ୍ରବ ଶୁକ୍ଲ ପକ୍ଷ ପଞ୍ଚମୀ ତିଥୀ ଅର୍ଥାତ ଗଣେଶ ପୂଜା ପରଦିନ ପ୍ରତିବର୍ଷ ଏହାକୁ ପାଳନ କରାଯାଇଥାଏ । ଏହି ପର୍ବରେ ଇଷ୍ଟଦେବୀଙ୍କୁ ପ୍ରଥମେ ଅମଳକ୍ଷମ ଧାନକେଣ୍ଡା ଭୋଗ ଚଢାଯାଏ । ପଶ୍ଚିମ ଓଡିଶାରେ ସମସ୍ତଙ୍କ ଘରେ ମଧ୍ୟ ନୂଆଁଖାଇ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ହେବ । ଠିକ୍ ସେହିପରି ସୁନ୍ଦରଗଡ଼, ବଲାଙ୍ଗୀର ଏବଂ କଳାହାଣ୍ଡି ସମେତ ପଶ୍ଚିମ ଓଡିଶାର ଅନ୍ୟ ସବୁ ଜିଲ୍ଲାରେରେ ବି ଗଣପର୍ବ ନୂଆଖାଇ ପାଳିତ ହେଉଛି।

Image result for nuakhai in odisha

ସୁନ୍ଦରଗଡ଼ର ମା’ ସମଲେଇଙ୍କ ନିକଟରେ ୯ଟା ୪୫ରୁ ୧୦ଟା ୩୦ ମଧ୍ୟରେ ନବାନ୍ନ ଲାଗି ହେବ। ଠିକ୍ ସେହିପରି କଳାହାଣ୍ଡିରେ ସକାଳ ୯ଟା ୩୦ ମିନିଟସମୟରେପିତୃ ପୁରୁଷଙ୍କୁ ନବାନ୍ନ ଅର୍ପଣ କରାଯିବ ବୋଲି ଜଣାଯାଇଛି।

By amfnews

Related Post