Wed. Mar 11th, 2026

ଆଜି ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ ମୁଖ୍ୟମାନଙ୍କୁ ଭେଟିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

179 Views

ନୂଆଦିଲ୍ଲୀ  : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦିନ ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ ମୁଖ୍ୟମାନଙ୍କୁ ଭେଟିବେ। ବ୍ୟାଙ୍କ୍‌ମାନେ ଦେଉଥିବା ଋଣ ଉପରେ ସୁଧହାର କୋହଳ କରିବା ସମ୍ବନ୍ଧୀୟ ପ୍ରସଙ୍ଗ ସୀତାରମଣ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଆଲୋଚନା ହେବାକୁ ଥିବା ଅନ୍ୟାନ୍ୟ ପ୍ରମୁଖ ବିଷୟ ମଧ୍ୟରୁ ରିଜର୍ଭ ବ୍ୟାଙ୍କ୍‌ର ରେଟ୍‌ କଟ୍‌ର ସୁବିଧା ସାଧାରଣ ଲୋକଙ୍କ ପାଖକୁ ଯିବା, ଅନ୍‌ଲାଇନ୍‌ ଲୋନ୍‌ ଆପ୍ଲିକେସନ୍‌, ଓ୍ଵାନ୍‌-ଟାଇମ୍‌ ସେଟଲ୍‌ମେଣ୍ଟ୍‌ ପଲିସି ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ଆଲୋଚନା କରିପାରନ୍ତି।

ଅଗଷ୍ଟ ୩୦ ତାରିଖ ଦିନ ୧୦ଟି ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ର ମିଶ୍ରଣ ଘୋଷଣା କରିବା ପରେ ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ ମୁଖ୍ୟମାନଙ୍କ ସହ ଅର୍ଥମନ୍ତ୍ରୀଙ୍କର ଏହା ପ୍ରଥମ ବୈଠକ ହୋଇଥିବାରୁ ଏହାର ଗୁରୁତ୍ୱ ରହିଛି। ୨୭ଟି ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ରୁ ମିଶ୍ରଣ ପରେ କେବଳ ୧୨ଟି ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ ରହିବ। ଏହି ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ୍‌ ସଙ୍ଗଠନଗୁଡ଼ିକ ସେପ୍ଟେମ୍ବର ୨୬ ଓ ୨୭ ତାରିଖ ଦିନ ଦୁଇଦିନିଆ ଧର୍ମଘଟ କରିବେ ବୋଲି ଚେତାବନୀ ଦେଇଛନ୍ତି।

By amfnews

Related Post