Sat. Nov 23rd, 2024

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି, ଆରମ୍ଭ ହେଲା ନୂତନ ପାଞ୍ଜି

rout.subhashree22@gmail.com' By Subhashree Rout Apr 14, 2018 #Featured
779 Views

ଆଜି ହେଉଛି ମହାବିଷୁବ ତଥା ପଣା ସଂକ୍ରାନ୍ତି । ହିନ୍ଦୁ ଧର୍ମରେ ପଣା ସଂକ୍ରାନ୍ତି ହେଉଛି ଏକ ପ୍ରମୁଖ ପର୍ବ । ମହାବିଷୁବ ସଂକ୍ରାନ୍ତି କେବଳ ଯେ ଓଡିଶାରେ ପାଳନ ହୋଇଥାଏ ତାହା ନୁହେଁ, ଏହା ଭାରତର ଅନ୍ୟ ରାଜ୍ୟମାନଙ୍କରେ ଭିନ୍ନ ଭିନ୍ନ ନାମରେ ପାଳିତ ହୁଏ । ଓଡିଶାରେ ମହାବିଷୁବ ସଂକ୍ରାନ୍ତିରୁ ନୂତନ ପାଞ୍ଜି ଗଣନା ଆରମ୍ଭ ହୋଇଥାଏ । ତେଣୁ ଏହି ଦିନ ଠାରୁ ଓଡିଆ ନୂତନ ବର୍ଷ ଆରମ୍ଭ ବୋଲି ଧରାଯାଇଥାଏ । ବିଷୁବ ସଂକ୍ରାନ୍ତି ଦିନ ସୂର୍ଯ୍ୟ ବିଷୁବରେଖା ଉପରେ ଅବସ୍ଥାନ କରି ଧିରେ ଧିରେ କର୍କଟ କ୍ରାନ୍ତି ଆଡକୁ ଗତି କରନ୍ତି । ଆଜିର ଏହି ପବିତ୍ର ଦିନରେ ମନ୍ଦିର ତଥା ପ୍ରତି ଘରେ ସ୍ୱତନ୍ତ୍ର ପୂଜାପାଠ, ଯଜ୍ଞ ହୋମ ହୋଇଥାଏ । ଏହାସହ ଆଜି ଠାରୁ ତୁଳସୀ ବୃକ୍ଷ ଉପରେ ଏକ ମାସ ପର୍ଯ୍ୟନ୍ତ ଠେକି ବନ୍ଧାଯାଇ ପାଣି ଦେବାର ପରମ୍ପରା ରହିଛି । ପଣା ସଂକ୍ରାନ୍ତି ଅବସରରେ ରାଜ୍ୟର ବିଭିନ୍ନ ଜାଗାରେ ଝାମୁଯାତ୍ରା ମଧ୍ୟ ପାଳନ ହୋଇଥାଏ ।

Related Post