Mon. Jun 16th, 2025

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା

By amfnews Nov 12, 2019 #Featured
401 Views

ଭୁବନେଶ୍ୱର : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଆ କା ମା ବୈ… ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋ’ର…। ଏଇ ଗୀତର ଗୁଞ୍ଜରଣ ସହ ବୋଇତ ବନ୍ଦାଇ ଧର୍ମ ଅର୍ଜନ କରିବା ପାଇଁ ରାଜ୍ୟର ବିଭିନ୍ନ ଜଳାଶୟ ନିକଟରେ ଲାଗିଛି ଲୋକଙ୍କ ଭିଡ଼। ଶୀତୁଆ ପାହାନ୍ତି ସକାଳରେ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ନଦୀ, ନାଳ ସମେତ ପୁଷ୍କରିଣୀରେ ଡଙ୍ଗା ଭସାଇବାରେ ଲାଗିଛନ୍ତି।

ଆଜି ସକାଳୁ ସକାଳୁ ରାଜଧାନୀର ବିନ୍ଦୁସାଗର ସମେତ ବିଭିନ୍ନ ସ୍ଥାନରେ ଲୋକମାନେ ଡଙ୍ଗା ଭସାଇବାରେ ଲାଗିଛନ୍ତି। ଏହାସହ ମନ୍ଦିରମାନଙ୍କରେ ମଧ୍ୟ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିରହିଛି। କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ରାଜଧାନୀରେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ସେହିପରି ପୁରୀ ସମୁଦ୍ର କୂଳରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଡଙ୍ଗା ଭସାଇବା ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଭିଡ଼ ଜମାଇବାରେ ଲାଗିଛନ୍ତି।

ଏହାବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ  ମଧ୍ୟ ବୋଇତ ବନ୍ଦାଣ ଉତ୍ସବ କାର୍ଯ୍ୟକ୍ରମ ଚାଲୁ ରହିଥିବା ଦେଖିବାକୁ ମିଳିଛି।

By amfnews

Related Post