Thu. Dec 26th, 2024

ଆଜି ଠାରୁ ରାଜ୍ୟରେ ପୁଣି ଟୀକାକରଣ, କେନ୍ଦ୍ର ସଂଖ୍ୟା ୩୮୦କୁ ବୃଦ୍ଧି

By amfnews Jan 18, 2021 #Featured
154 Views

ଭୁବନେଶ୍ୱର, ଜାନୁଆରୀ 18 : ରବିବାର ଦିନ ବ୍ୟବଧାନ ପରେ ଆଜି ଠାରୁ ରାଜ୍ୟରେ ପୁଣି ଟୀକାକରଣ  । କେନ୍ଦ୍ର ସଂଖ୍ୟା ୩୮୦କୁ ବଢ଼ାଯାଇଛି । ଟୀକାକରଣ ପାଇଁ ୩୧ ହଜାର ୯୦୨ ଜଣକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି । ସୋମବାର ଦୁଇ ଗୁଣ ଲୋକଙ୍କୁ ଟୀକା ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି କରିଛି ।

ଗତ ୧୬ ତାରିଖ ଦିନ ଓଡିଶାର ୧୬୧ଟି କେନ୍ଦ୍ରରେ ଟୀକାଦାନ ହୋଇଥିବା ବେଳେ ଆଜି କେନ୍ଦ୍ର ସଂଖ୍ୟା ୩୮୦କୁ ବଢ଼ାଯାଇଛି । ଶନିବାର ଦିନ ୧୩ ହଜାର ୯୮୦ ଲୋକଙ୍କୁ ଟୀକା ଦିଆଯାଇଛି । ୮୫ ପ୍ରତିଶତ ଟୀକାକରଣ ହୋଇଛି । ଟୀକା ନେବା ପରେ ମଧ୍ୟ ରାଜ୍ୟରେ ପାଶ୍ୱର୍ ପ୍ରତିକ୍ରିୟାର କୌଣସି ଅଭିଯୋଗ ଆସିନାହିଁ  ।  ପ୍ରଥମ ଦିନ ୬ଟି ଜିଲ୍ଲାରେ ୧୦୦ ପ୍ରତିଶତ ଆଚିଭମେଂଟ ହୋଇଛି  ।

ଘରୋଇ ଓ ସରକାରୀ ମେଡ଼ିକାଲ କଲେଜର ୫ଟି ସ୍ଥାନରେ ଟୀକାକରଣ ବ୍ୟବସ୍ଥା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ୨ଟି ସେସନରେ ଟୀକାକରଣ କରାଯିବ । ସବୁ ଟୀକାକରଣ କେନ୍ଦ୍ରରେ ୨ଶହ ଜଣଙ୍କୁ ଟୀକା ଦିଆଯିବ । ମେଡିକାଲ କଲେଜରେ ଦିନକୁ ୧୦୦୦ ଜଣଙ୍କୁ ଟୀକା ଦେବାକୁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ । ୫ଜଣ ବଦଳରେ ୬ଜଣ ଭ୍ୟାକ୍ସିନ ଇନଚାର୍ଜ ରଖାଯିବ । ପ୍ରତି କେନ୍ଦ୍ରରେ ୨ ଜଣ ଭ୍ୟାକ୍‌ସିନେଟର, ୪ ଜଣ ଭ୍ୟାକସିନେସନ୍‌ ଅଫିସର ରହିବେ । ଜିଲ୍ଲା ଓ ସବ୍‌ ଡିଭିଜନାଲ୍‌ ହସ୍ପିଟାଲରେ ଗୋଟିଏ କିମ୍ବା ଦୁଇଟି ସେଣ୍ଟର ହେବ । ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟାକୁ ଦେଖି କେନ୍ଦ୍ର ସଂଖ୍ୟା ନିଷ୍ପତ୍ତି ହେବ । ପ୍ରତି କେନ୍ଦ୍ରରେ ୧୦୦ ଜଣଙ୍କୁ ଟୀକା ଦିଆଯିବ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର/ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ କେନ୍ଦ୍ର କରିବା ସହ ୧୦୦ ଜଣଙ୍କୁ ଟୀକା ଦିଆଯିବ ।

By amfnews

Related Post