Fri. Jan 24th, 2025

ଆଜି ଜାତୀୟ ପ୍ରେସ୍‌ ଦିବସ, ଜନସାଧାରଣଙ୍କ ନିକଟରେ ସତ୍ୟ ଖବର ପହଞ୍ଚାଇବାରେ ତତ୍ପର ଗଣମାଧ୍ୟମ

By amfnews Nov 16, 2020 #Featured
219 Views

ନୂଆଦିଲ୍ଲୀ,ନଭେମ୍ବର 16 : ଆଜି ଜାତୀୟ ପ୍ରେସ୍‌ ଦିବସ  । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ  ।  ଜନସାଧାରଣଙ୍କ ନିକଟରେ ସତ୍ୟ ଖବର ପହଞ୍ଚାଇବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ  ।  ଏଣୁ ସାମ୍ବାଦିକତାର ମହତ୍ୱକୁ ନେଇ ପ୍ରତିବର୍ଷ ନଭେମ୍ବର ୧୬ରେ ଜାତୀୟ ପ୍ରେସ୍‌ ଦିବସ ପାଳନ କରାଯାଏ  ।  

୧୯୬୬ ମସିହା ନଭେମ୍ବର ୧୬ରେ କେନ୍ଦ୍ର ସରକାର ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ପ୍ରତିଷ୍ଠା କରିଥିଲେ  । ଏଣୁ ସେହିଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ନଭେମ୍ବର ୧୬ରେ ପ୍ରେସ୍‌ ଦିବସ ପାଳନ କରାଯାଉଛି  । ସମ୍ବାଦପତ୍ର ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୁଏ, ‘ପ୍ରେସ୍‌ କାଉନ୍‌ସିଲ୍‌’ ହେଉଛି ସମ୍ବାଦପତ୍ରର ନୈତିକ ପ୍ରହରୀ । ସମ୍ବାଦପତ୍ରଗୁଡ଼ିକର କାର୍ଯ୍ୟକଳାପ ଉପରେ ସତର୍କ ଦୃଷ୍ଟି ରଖିବା, ଆବଶ୍ୟକ ସ୍ଥଳରେ ପରାମର୍ଶ ଦେବା, ସମୀକ୍ଷା କରିବା, ଜନସାଧାରଣଙ୍କ ନିକଟରେ ସତ୍ୟ ଖବର ପହଞ୍ଚାଇବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ  ।

୧୯୫୬ରେ କେନ୍ଦ୍ର ସରକାର ପ୍ରଥମ ପ୍ରେସ୍‌ କମିଶନ୍‌ ବସାଇଥିଲେ  ।  ‘ପ୍ରେସ୍‌ କାଉନ୍‌ସିଲ୍‌’ ଗଠନ କରିବା ପାଇଁ ଏହି କମିଶନ୍‌ ସୁପାରିସ୍‌ କରିଥିଲେ ।   କୌଣସି ବ୍ୟକ୍ତି ଚାହିଁଲେ କୌଣସି ସମ୍ବାଦପତ୍ର ବିରୋଧରେ ‘ପ୍ରେସ୍‌ କାଉନ୍‌ସିଲ୍‌’ ନିକଟରେ ଅଭିଯୋଗ କରିପାରିବେ । ଅପରପକ୍ଷେ ଯେକୌଣସି ସମ୍ବାଦପତ୍ର ମଧ୍ୟ ସରକାର ବା ଅନ୍ୟ କାହାର ଅବାଞ୍ଛିତ ହସ୍ତକ୍ଷେପ, ବଳପ୍ରୟୋଗ ଓ କଟକଣା ଆଦି ବିରୋଧରେ ଅଭିଯୋଗ କରିପାରିବେ  । ଉଭୟ ବୈଦ୍ୟୁତିକ ଗଣମାଧ୍ୟମ ସହ ଛାପା ଗଣମାଧ୍ୟମର ଅଗ୍ରଗତି ଓ ଲୋକପ୍ରିୟତା ରହିଛି  ।  

By amfnews

Related Post