126 Views
ଭୁବନେଶ୍ବର : ଆଜି ଭଗବାନ୍ ଶ୍ରୀକୃଷ୍ଣଙ୍କ ସ୍ମାର୍ତ୍ତ ସମ୍ମତ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ। କି˚ବଦନ୍ତି ଅନୁଯାୟୀ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀରେ, ବିଷ୍ଣୁଙ୍କ ଅଷ୍ଟମ ଅବତାର ଯୋଗେଶ୍ବର କୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ରୂପେ ମଥୁରାରେ ଜନ୍ମ ହୋଇଥିଲେ। ଏହି ରାତିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପ କଲେ, ସା˚ସାରିକ ମୋହ-ମାୟାଜନିତ ଆସକ୍ତି ଦୂରହୁଏ। ତେଣୁ, ଏହାକୁ ‘ମୋହରାତ୍ରି’ ମଧ୍ୟ କହାଯାଏ। ସାରା ବିଶ୍ବର ହିନ୍ଦୁ ସ˚ପ୍ରଦାୟ ପାଇଁ ଏହା ଏକ ପବିତ୍ର ପର୍ବ।
ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ବିଭିନ୍ନ ମଠ ମନ୍ଦିରରେ ଶ୍ରଦ୍ଧାଳୁ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଲାଗି ସମ୍ମିଳିତ ହୋଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ପାରମ୍ପରିକ ନୀତିବିଧି ଅନୁସାରେ ଜନ୍ମାଷ୍ଟମୀ ପାଳନ କରାଯାଉଛି। ମନ୍ଦିରଗୁଡ଼ିକୁ ଜନ୍ମାଷ୍ଟମୀ ଲାଗି ସୁସଜ୍ଜିତ କରାଯିବା ସହ ସ୍ବତନ୍ତ୍ର ପୂଜାବିଧି ଅନୁଷ୍ଠିତ ହେଉଛି।