Tue. Dec 24th, 2024

ଆଜି ଗୁଜୁରାଟରେ ୩ଟି ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

By amfnews Oct 24, 2020 #Featured
171 Views

ନୂଆଦିଲ୍ଲୀ, ଅକ୍ଟୋବର ୨୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୩ଟି ପ୍ରକଳ୍ପ ଉଦଘାଟନ କରିବେ । ମୋଦୀ ଏହି ପ୍ରକଳ୍ପ ଗୁଡ଼ିକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ । ଏଥିରେ ଗୁଜୁରାଟରେ ଚାଷୀଙ୍କ ପାଇଁ ‘କିଷାନ ସର୍ବୋଦୟ ଯୋଜନା’ ମଧ୍ୟ ସାମିଲ ରହିଛି । ଚାଷୀଙ୍କ ଖେତକୁ ବିଦ୍ୟୁତ ଯୋଗାଇବା ପାଇଁ ଗୁଜୁରାଟ ସରକାରରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ‘କିଷାନ ସର୍ବୋଦୟ ଯୋଜନା’ ଘୋଷଣା କରିଛନ୍ତି । ଚାଷୀଙ୍କୁ ସକାଳ ୫ଟାରୁ ୯ଟା ଯାଏଁ ଜଳସେଚନ ବିଦ୍ୟୁତ ମିଳିବ । ରାଜ୍ୟ ସରକାର ଏଥିପାଇଁ ୩ ହଜାର ୫୦୦ କୋଟି ଟଙ୍କା ମଂଜୁରୀ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମଦାବାଦ ଠାରେ ଅହମଦାବାଦ ସରକାରୀ ହସ୍ପିଟାଲରେ ମୋବାଇଲ ଆପ୍ଲିକେଶନ ଏବଂ ପେଡିଆଟ୍ରିକ ହାର୍ଟ ହସ୍ପିଟାଲ ଉଦଘାଟନ କରିବେ । ୟୁଏନ ମେହତା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜୀ ଅଧୀନରେ ନିର୍ମାଣ ହୋଇଥିବା ହସ୍ପିଟାଲରେ ୪୭୦ କୋଟି ଟଙ୍କା ବିନିଯୋଗ ହୋଇଛି । ଏଠାରେ ବେଡ ସଂଖ୍ୟା ୪୫୦ରୁ ୧୨୫୧କୁ ବୃଦ୍ଧି କରାଯାଇଛି । ଏହା ଦେଶର ସର୍ବବୃହତ୍ତ ସୁପର ସ୍ପେଶାଲିଟି ହସ୍ପିଟାଲ ହୋଇପାରିଛି । । 

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗିରନାର ପାହାଡ଼ରେ ରୋପୱେ ପ୍ରକଳ୍ପକୁ ଆଜି ମୋଦୀ ଉଦଘାଟନ କରିବେ । ଏଠାରେ ୨୫ରୁ ୩୦ଟି କ୍ୟାବିନ ରହିବ । ପ୍ରତିଟି କ୍ୟାବିନରେ ୮ ଜଣ ଲେଖାଏଁ ଯାଇପାରିବେ । ୨.୩ କିମି ରୋପୱେ ଅତିକ୍ରମ କରିବାକୁ ୭.୫ ମିନିଟ ଲାଗିବ । 

By amfnews

Related Post