Sat. Jan 11th, 2025

ଆଜି ଆସିବ କର୍ଣ୍ଣାଟକ ଉପନିର୍ବାଚନ ଫଳାଫଳ

By amfnews Nov 6, 2018 #Featured
120 Views

ବେଙ୍ଗାଲୁରୁ, ନଭେମ୍ବର ୦୬ : କର୍ଣ୍ଣାଟକ ଉପ-ନିର୍ବାଚନ ଫଳାଫଳ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରକାଶ ପାଇବ । ଏଥି ପାଇଁ ଭୋଟ ଗଣତି ଆରମ୍ଭ ହୋଇ ଯାଇଛି । ଉପ-ନିର୍ବାଚନ ପାଇଁ ନଭେମ୍ବର ୩ରେ ୩ ଟି ଲୋକସଭା ଏବଂ ୨ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା । ବର୍ଷ ୨୦୧୯ରେ ଲୋକସଭା ନିର୍ବାଚନ ପୂର୍ବରୁ ଏହି ଉପ-ନିର୍ବାଚନରେ କ୍ଷମତାଶାଳୀ କଂଗ୍ରେସ-ଜେଡିଏସ ମେଣ୍ଟକୁ ଆଜି ପରୀକ୍ଷା ଦେବାକୁ ପଡୁଛି ।

ତିନି ଲୋକସଭା ଆସନ-ବଲ୍ଲାରୀ, ସିମୋଗା ଏବଂ ମାଣ୍ଡ୍ୟା ସହିତ ରାମନଗର ଓ ଜାମଖଣ୍ଡି ବିଧାନସଭା ଆସନରେ ପାଖାପାଖି ୬୪୦୦ ମତଦାନ କେନ୍ଦରେ ୫୪,୫୪,୨୭୫ ମତଦାତା ସେମାନଙ୍କ ପସନ୍ଦର ଲୋକ ପ୍ରତିନିଧିଙ୍କୁ ଭୋଟ ଦେଇଛନ୍ତି ।

୫ଟି ଲୋକସଭା ଏବଂ ବିଧାନସଭା ଆସନରେ ୬୭ ପ୍ରତିଶତ ମଦଦାନ ହୋଇଛି । ଆଜି ସକାଳ ୮ଟାରୁ ୫ଟି କେନ୍ଦ୍ରରେ ମତଗଣନା ଚାଲିଥିବା ବେଳେ ଏଥିରେ ୧୨୪୮ କର୍ମଚାରୀ ନିୟୋଜିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ସ୍ତ୍ରୀ ଅନିତା କୁମାରସ୍ୱାମୀ, ରାଜ୍ୟ ବିଜେପି ମୁଖ୍ୟ ବିଏସ ୟେଦୁରେପ୍ପାଙ୍କ ପୁଅ ବିିୱାଇ ରଘୁବେନ୍ଦ୍ର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ ବଙ୍ଗରପ୍ପାଙ୍କ ପୁଅ ମଧୁ ବଙ୍ଗରଫାଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ମତଗଣନା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିଭଳି ଭୋଟ ଗଣତି ଆଖପାଖ ଅଞ୍ଚଳରେ ପୋଲିସ ମୁତୟନ ହୋଇଛି । ଉପ-ନିର୍ବାଚନ ଫଳାଫଳ ଆଗାମୀ ସାଧାରଣ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ରାଜନୀତିଜ୍ଞମାନେ ପୂର୍ବାନୁମାନ କରୁଛନ୍ତି ।

By amfnews

Related Post