Fri. Dec 27th, 2024

ଆଜି ଆମରଣ ଅନଶନ କରିବେ ଚାଷୀ, ୨୭ରେ ମନ୍ କୀ ବାତ୍ କାର୍ଯ୍ୟକ୍ରମ ବେଳେ ବଜାଇବେ ଥାଳି

By amfnews Dec 21, 2020 #Featured
166 Views

ନୂଆଦିଲ୍ଲୀ, ଡିସେମ୍ବର ୨୧ : କୃଷି ଆଇନ ବିରୋଧରେ ଚାଷୀମାନଙ୍କର ପ୍ରଦର୍ଶନ ୨୬ ଦିନରେ ଜାରି ରହିଛି । ପ୍ରଦର୍ଶନକାରୀମାନେ ଆଜିଠାରୁ ଆମରଣ ଅନଶନ କରିବେ । ଏଥି ସହିତ ଭାରତୀୟ କିଷାନ ସଂଗଠନ ଆନ୍ଦୋଳନର ସମର୍ଥନରେ ହରିୟାଣାର ସମସ୍ତ ଟୋଲ ପ୍ଲାଜାକୁ ଡିସେମ୍ବର ୨୫ରୁ ୨୭ ଯାଏଁ ନିଃଶୁଲ୍କ କରିବାକୁ ନିଷ୍ପତ୍ତି ନେଇଛି । 

କୃଷି ଆଇନ ବିରୋଧରେ ଚାଷୀମାନେ ସୋମବାର ଠାରୁ ଆମରଣ ଅନଶନ କରିବାକୁ ଘୋଷଣା କରିଛନ୍ତି । ଚାଷୀମାନେ କହିଛନ୍ତି ଯେ, ସମସ୍ତ ପ୍ରଦର୍ଶନ ସ୍ଥଳରେ ୨୪ ଘଣ୍ଟାର ଆମରଣ ଅନଶନ କରାଯିବ । ପ୍ରତିଦିନ ୧୧-୧୧ ଜଣ ଚାଷୀ ଉପବାସ ରଖିବେ । ସମସ୍ତ ଚାଷୀ ସଂଗଠନ ଡିସେମ୍ବର ୨୩ ତାରିଖରେ କିଷାନ ଦିବସ ଅବସରରେ ଗୋଟିଏ ସମୟରେ ଭୋଜନ ନ କରିବାକୁ ଅପିଲ କରିଛି । 

ପ୍ରଦର୍ଶନରତ ଚାଷୀମାନେ ଘୋଷଣା କରିଛନ୍ତି ଯେ, ଡିସେମ୍ବର ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କୀ ବାତ କାର୍ଯ୍ୟକ୍ରମ ସମୟରେ ଥାଳି ବଜାଇବେ । ଭାରତୀୟ କିଷାନ ସଂଗଠନର ନେତା ଜଗଜୀତ ସିଂହ ଦଲେୱାଲା କହିଛନ୍ତି ଯେ, ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ, ଯେତେଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ନାଁରେ ସମ୍ବୋଧନ ଚାଲିବ, ସେତେଦିନ ଯାଏଁ ଥାଳି ବଜାଇବେ । ନୂତନ କୃଷି ଆଇନ ବିରୋଧରେ ଚାଷୀ ସଂଗଠନମାନେ ଏକାଠୀ ହୋଇଛନ୍ତି । ରବିବାର ମେରଠରେ ହିନ୍ଦ ମଜଦୂରୁ କିଷାନ ସମିତି ସହିତ ଜଡିତ ଚାଷୀମାନେ ଟ୍ରାକ୍ଟର ରାଲି କରିଥିଲେ । 

By amfnews

Related Post