Fri. Dec 27th, 2024

ଆଜି ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

By amfnews Oct 13, 2018 #Featured
246 Views

ଭୁବନେଶ୍ୱର, ଅକ୍ଟୋବର ୧୩ : ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ହୋଇ ପଡିଥିବାବେଳେ ରାଜ୍ୟ ସରକାର ତୁହାକୁ ତୁହା ବୈଠକ କରି ଏହାର ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି ।

ଆଜି ଆକାଶମାର୍ଗରୁ ବନ୍ୟାର ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ସେ ବହୁଳ ଭାବରେ କ୍ଷତିଗ୍ରସ୍ତ  ହୋଇଥିବା ଗଂଜାମ , ଗଜପତି ଓ ରାୟଗଡା ଜିଲ୍ଲାର ସ୍ଥିତିର ଗମ୍ଭୀରତାକୁ ଆକାଶ ମାର୍ଗରୁ ତଦାରଖ କରିବେ । ଗତକାଲି ଭିଡିଓ କନଫରେନ୍ସି ଜରିଆରେ ଏହି ତିନୋଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସେ ଆଲୋଚନା କରିଥିଲେ ଏବଂ ଏହାର ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ବନ୍ୟା ସ୍ଥିତି ଗମ୍ଭୀର ରହିଥିବାବେଳେ ଗଂଜାମ ଓ କନ୍ଧମାଳ ଜିଲ୍ଲାକୁ ଗସ୍ତ କରିବାକୁ କେତେକ ବିଧାୟକ ଓ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଜି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜଳସମ୍ପଦ ମନ୍ତ୍ରୀ ନିରଂଜନ ପୂଜାରୀ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଗଂଜାମ ଜିଲ୍ଲା ଗସ୍ତ କରିବା ସହ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ଅନୁସୂଚିତ ଜନଜାତି ମନ୍ତ୍ରୀ ରମେଶ ମାଝୀ କନ୍ଧମାଳ ଗସ୍ତ କରିଥିବା ସୂଚନା ମିଳିଛି ।

By amfnews

Related Post