Sat. Mar 7th, 2026

ଆଜି ଅପରାହ୍ଣ ୩ଟାରେ ସୁଷମାଙ୍କ ଅନ୍ତିମ ସଂସ୍କାର

214 Views

ନୂଆଦିଲ୍ଲୀ  : ଜମ୍ମୁକଶ୍ମୀରରୁ ୩୭୦ ଧାରା ଉଚ୍ଛେଦର ଖୁସିରେ ସମଗ୍ର ଦେଶ ମସଗୁଲ ଥିବା ସମୟରେ ଆସିଛି ଏ ଦଶନ୍ଧିର ଅନ୍ୟତମ ଦୁଃଖଦ ଖବର। ହୃଦ୍‌ଘାତ କାରଣରୁ ଆରପାରିକୁ ଚାଲିଯାଇଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଷମା ସ୍ୱରାଜ। ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସଠାରେ ପରଲୋକ ଗମନ କରିଥିବା ସୁଷମାଙ୍କ ମରଶରୀର ପ୍ରଥମେ ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ନିଆଯାଇଛି। ଏଠାରେ ସାରା ରାତି ତାଙ୍କ ମରଶରୀର ରହିବ।

ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଦେଇଥିବା ସୂଚନା ଅନୁଯାୟୀ ଆସନ୍ତା ସକାଳ ୧୧ଟା ଯାଏ ଜନସାଧାରଣ ସୁଷମାଙ୍କ ବାସଭବନଠାରେ ତାଙ୍କ ଶେଷ ଦର୍ଶନ କରିପାରିବେ।

ଏହାପରେ ସୁଷମାଙ୍କ ମର ଶରୀର ବିଜେପି ମୁଖ୍ୟାଳୟକୁ ନିଆଯିବ। ସେଠାରେ ଦଳର ନେତା ଏବଂ କର୍ମୀମାନେ ସୁଷମାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇବେଏହାପରେ ଅପରାହ୍ଣ ୩ଟା ବେଳକୁ ତାଙ୍କ ମରଶରୀରକକୁ ଲୋଧି ରୋଡ୍‌ ନିଆଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

By amfnews

Related Post