146 Views
ଭୁବନେଶ୍ୱର, ଜାନୁଆରୀ 15 : ଆଜିଠୁ 23 ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଅଭୟାରଣ୍ୟ । କୁମ୍ଭୀର ଗଣନା ପାଇଁ ଏହି ଅଭୟାରଣ୍ୟକୁ 23 ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ ।
ପୂର୍ବରୁ ମହାମାରୀ କରୋନା ପାଇଁ ମଧ୍ୟ ରାଜ୍ୟର ବହୁ ପର୍ଯ୍ୟଟନ ସ୍ଥଳୀ ଦୀର୍ଘ ଦିନ ପାଇଁ ବନ୍ଦ ରହିଥିଲା । ଭିତରକନିକା ଜାତୀୟ ଉଦ୍ୟାନରେ ଓ ବାହାରେ ପ୍ରବାହିତ ନଦୀ, ନାଳଗୁଡିକରେ ଥିବା ବଉଳା କୁମ୍ଭୀରମାନଙ୍କ ଗଣନା କରାଯିବ । ବଉଳା କୁମ୍ଭୀରଙ୍କ ଗଣନା ପାଇଁ 22ଟି ଟିମ ଗଠନ କରାଯାଇଛି ।