Sun. Dec 29th, 2024

ଆଜିଠୁ ଶାରଦୀୟ ନବରାତ୍ରୀ: ଗୋରଖପୁର ଯାଇ କଳଶ ସ୍ଥାପନା କରିବେ ମୁଖ୍ୟମନ୍ତ୍ରୀ ଯୋଗୀ

By amfnews Oct 17, 2020 #Featured
180 Views

ଲଖନଉ, ଅକ୍ଟୋବର ୧୭ : ଆଜିଠାରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେଉଛି । ଚଳିତ ବର୍ଷ କୋଭିଡ-୧୯ କଟକଣା ମଧ୍ୟରେ ନବରାତ୍ରୀ ଓ ଦୁର୍ଗାପୂଜା ପାଳନ ହେବ । ନିରାଡାମ୍ବରରେ ମା’ ଦୁର୍ଗାଙ୍କର ପୂଜାର୍ଚ୍ଚନା ହେବ । ସେହିଭଳି ପୂଜାମଣ୍ଡପକୁ ଭକ୍ତ ଓ ଦର୍ଶକ ଯାଇପାରିବେ ନାହିଁ । ସାଜସଜ୍ଜାକୁ ବାରଣ କରାଯିବ । ଶାରଦୀୟ ନବରାତ୍ରୀ ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଗୋରଖପୁର ଗସ୍ତ କରିବେ । ସେଠାରେ ସେ କଳଶ ସ୍ଥାପନା କରିବେ । ଏହା ପୂର୍ବରୁ ଯୋଗୀ ନବରାତ୍ରୀ ଶୁଭଚ୍ଛେ ଜଣାଇଛନ୍ତି ।

ଟୁଇଟ କରି ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି, ଶକ୍ତିଙ୍କ ଆରାଧନାର ପବିତ୍ର ପର୍ବ ‘ଶାରଦୀୟ ନବରାତ୍ରୀ’ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ମା’ ଭଗବତୀଙ୍କ ଆଶୀର୍ବାଦରୁ ବିଶ୍ୱବାସୀଙ୍କୁ ସକରାତ୍ମକ ଶକ୍ତି ଓ ନୂତନ ଶକ୍ତି ମିଳୁ । ସମାନତା ଓ ବନ୍ଧୁତ୍ୱ  ଭାବନ ଜାତ ସୃଷ୍ଟି ହେଉ । ଜନକଲ୍ୟାଣର ପଥ ପ୍ରଶସ୍ତ ହେଉ । ମାଙ୍କ ଆଶୀର୍ବାଦ ସମସ୍ତ ଜଗତକୁ ପ୍ରାପ୍ତିହେଉ । ଏହା ହିଁ କାମନା କରୁଛି । 

ଯୋଗୀ ଆଦିତ୍ୟନାଥ ଟୁଇଟରରେ ଲେଖିଛନ୍ତି, ଆତ୍ମ ସାକ୍ଷାତକାରର ସୁଅବସର ଓ ଅନ୍ତଃ ଚେତନା ଜାଗରଣର ସୁଯୋଗ ‘ଶାରଦୀୟ ନବରାତ୍ରୀ’ର ପବିତ୍ର ଅବସରରେ ନୂତନ ସକରାତ୍ମକ ଶକ୍ତି ସଂଚାର ହେଉ । ମା’ ଶୈଳପୁତ୍ରୀଙ୍କ ଆଶୀର୍ବାଦରୁ ଆମର ସମସ୍ତଙ୍କର ବିକାଶ ହେଉ, ଏହା ହିଁ କାମନା କାମନା ଓ ପ୍ରାର୍ଥନା । 

By amfnews

Related Post