Sun. Mar 8th, 2026
166 Views

କଟକ : ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତି, ଐତିହ୍ୟ ଓ ପରମ୍ପରାର ପ୍ରତୀକ କଟକ ବାଲିଯାତ୍ରା। ଚଳିତମାସ ୧୨ତାରିଖ ମଙ୍ଗଳବାରଠାରୁ ୧୯ତାରିଖ ପର୍ଯ୍ୟନ୍ତ ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆରମ୍ଭ ହେବାକୁ ଯାଉଛି ଏହି ପ୍ରସିଦ୍ଧ ଉତ୍ସବ। ବାଲିଯାତ୍ରା ପାଇଁ ୮ ଦିନ ଦୁଲୁକିବ କଟକ ସହର। ଏଥରର ଐତିହାସିକ ବାଲିଯାତ୍ରାକୁ ବାଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ର ଉଦ୍‌ଘାଟନ କରିବେ। ଏଥିରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ରେଜା ସୂର୍ଯ୍ୟୋଦିପୁର ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଚଳିତବର୍ଷ ବାଲିଯାତ୍ରାରେ ୪ଟି ମଞ୍ଚରେ ଅନୁଷ୍ଠିତ ହେବ ବିଭିନ୍ନ କାର୍ଯ୍ୟକ୍ରମ। ହେଲେ ପ୍ରଥମ ଦିନ କେବଳ ବୈଷ୍ଣବ ପାଣି ମଞ୍ଚରେ ଉଦ୍‌ଘାଟନୀ ଉତ୍ସବ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଥମଦିନର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ରଙ୍ଗବତୀକୁ ରିମିକ୍ସ କରି ଚର୍ଚ୍ଚାରେ ଥିବା ସୋନା ମହାପାତ୍ର ଓ ଇଣ୍ଡିଆନ ଆଇଡଲ୍‌ ଋତୁରାଜ ମହାନ୍ତିଙ୍କ ଧମାକା। ବିଭିନ୍ନ ଦିନର କାର୍ଯ୍ୟକ୍ରମରେ ଦଲେର ମେହେନ୍ଦୀ, କେକେ, ଇରା ମହାନ୍ତି, ଅସୀମା ପଣ୍ଡା, ହ୍ୟୁମାନ ସାଗର, ଗୁଡୁଲି ରଥ, ଶୀତଲ ପାତ୍ର, ଗୁରୁ ରତିକାନ୍ତ ମହାପାତ୍ରଙ୍କ ଉପସ୍ଥିତି ବାଲିିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମକୁ ରଙ୍ଗୀନ କରିବାକୁ ଯାଉଛି। ଏଥର ପଥୋତ୍ସବ, ବାଲିଯାତ୍ରା ପଡ଼ିଆକୁ ରିକ୍‌ସାରେ ଯାତ୍ରା, ତାରକସୀ ଗ୍ୟାଲେରି, ନୌବାଣିଜ୍ୟ ପ୍ରଦର୍ଶନୀ, ମହାନଦୀରେ ବୋଇତ ଯାତ୍ରା, ଅସ୍ଥାୟୀ ପୋଖରୀରେ ବୋଟିଂ ଭଳି ଅନେକ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

By amfnews

Related Post