Sat. Mar 7th, 2026

ଆଜିଠୁ ‘ତାଜମହଲ’ ବୁଲିଲେ ଅଧିକ ଖର୍ଚ୍ଚ କରିବେ ପର୍ଯ୍ୟଟକ, ଦେବାକୁ ପଡ଼ିବ ୨୫୦ ଟଙ୍କା

201 Views

ଆଗ୍ରା, ଡିସେମ୍ବର ୧୦ : ବିଶ୍ୱର ସାତଟି ଅତ୍ୟଧିକ ସୁନ୍ଦର ସ୍ଥାନ (ସପ୍ତାଶ୍ଚର୍ଯ୍ୟ) ଅଥବା ଭାରତର ଅନ୍ୟତମ ପ୍ରସିଦ୍ଧ ଐତିହାସିକ  ପର୍ଯ୍ୟଟନ ସ୍ଥଳ ‘ତାଜମହଲ’ ବୁଲିବା ପାଇଁ ଏଣିକି ପର୍ଯ୍ୟଟକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ପ୍ରେମର ପ୍ରତିକ ଏହି ସ୍ମାରକପୀଠ ବୁଲିବା ପାଇଁ ଦର୍ଶକଙ୍କୁ ସୋମବାର (ଡିସେମ୍ବର ୧୦, ୨୦୧୮) ଠାରୁ ପ୍ରବେଶ ଶୁଲ୍କ ଆକାରରେ ୫୦ ଟଙ୍କା ସ୍ଥାନରେ ୨୫୦ ଟଙ୍କା ଦେବାକୁ ପଡ଼ିବ।

ବିଦେଶୀ ପର୍ଯ୍ୟଟକମାନେ ତାଜମହଲ ବୁଲିବାକୁ ଚାହିଁଲେ ୧୩,୦୦ ଟଙ୍କା ଦେବେ। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଏହି ବ୍ୟବସ୍ଥା ଲାଗୁଛି। ଏଯାଏଁ ତାଜମହଲ ବୁଲିବା ପାଇଁ ଦେଶର ପର୍ଯ୍ୟଟକଙ୍କୁ ୫୦ ଟଙ୍କା ଖର୍ଚ୍ଚ କରୁଥିଲେ। ସେହିଭଳି ବିଦେଶୀ ନାଗରିକମାନଙ୍କ ଠାରୁ ୧୧୦୦ ଟଙ୍କା ଆଦାୟ କରାଯାଉଥିଲା। ମାତ୍ର ଏଣିକି ଦେଶୀ ପର୍ଯ୍ୟଟକଙ୍କ ଠାରୁ ୨୫୦ ଟଙ୍କା ଏବଂ ବିଦେଶୀ ପର୍ଯ୍ୟଟକଙ୍କ ଠାରୁ ୧୩୦୦ ଟଙ୍କା ଆଦାୟ କରାଯିବା ନେଇ ନିଷ୍ପତ୍ତି ହୋଇଛି।

ଭାରତୀୟ ପର୍ଯ୍ୟଟକଙ୍କୁ ଏଯାଏଁ ତାଜମହଲ ବୁଲିବା ପାଇଁ କମ୍‌ ଟଙ୍କା ଖର୍ଚ୍ଚା କରିବାକୁ ପଡୁଥିଲା କିନ୍ତୁ ନୂତନ ଟିକେଟ ବ୍ୟବସ୍ଥାରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ତାଜମହଲ ଦେଖିବାକୁ ଦୈନିକ ହାରାହାରି ୩୫,୦୦୦ ରୁ ୪୦,୦୦୦ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ଛୁଟି ଦିନମାନଙ୍କରେ ତାଜମହଲରେ ଦୈନିକ ହାରାହାରି ୬୦,୦୦୦ ରୁ ୭୦,୦୦୦ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି।

By amfnews

Related Post