Sun. Mar 8th, 2026

ଆଜିଠୁ ଗଞ୍ଜାମରେ ଗଡ଼ିବନି ବସ୍‌

175 Views

ବ୍ରହ୍ମପୁର : ବ୍ରହ୍ମପୁର ହଳଦିଆପଦର ବସ୍ ଟର୍ମିନାଲରୁ ବସ୍ ଚଳାଚଳକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ବସ୍ ମାଲିକ ସଂଘ। ଏହା ପ୍ରତିବାଦରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗଞ୍ଜାମ ଜିଲାରେ ବସ୍ ଚଳାଚଳ କରିବ ନାହିଁ ବୋଲି ସଂଘ ନିଷ୍ପତ୍ତି ନେଇଛି। ତାସହ ପ୍ରଶାସନର ନିଷ୍ପତି ଏକପାଖିଆ ଏବଂ ଏନେଇ ବସ୍‌ ମାଲିକଙ୍କ ସହ ଆଲୋଚନା ହୋଇ ନ ଥିବା ଅଭିଯୋଗ ଆଣିଛି ସଂଘ।

ହଳଦିଆପଦରରୁ ବସ୍ ଚଳାଇଲେ ସମୟ ସମସ୍ୟା ସହ ବହୁ ଆର୍ଥିକ କ୍ଷତି ହେବ । ଏଭଳି ସମସ୍ୟା ନେଇ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ମଧ୍ୟ ପତ୍ର ଯୋଗେ ଜଣାଇ ଦିଆଯାଇଛି ବୋଲି ପ୍ରେସମିଟ କରି ସୂଚନା ଦେଇଛି ଘରୋଇ ବସ୍‌ ମାଲିକ ସଂଘ।  ଗତକାଲି ମଧ୍ୟ ବ୍ରହ୍ମପୁରରୁ ଅନ୍ୟ ସ୍ଥାନକୁ ବସ୍  ସେବା ବନ୍ଦ ରଖାଯାଇଥିଲା । ଏପଟେ ଉନ୍ନୟନମୂଳକ କାର୍ଯ୍ୟ ନାଁରେ ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡର ଉଭୟ ପାର୍ଶ୍ୱକୁ ଖୋଳା ଯାଇଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

By amfnews

Related Post