Sat. Nov 23rd, 2024

ଆଜିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ

By amfnews Aug 1, 2019 #Featured
99 Views

ପଟ୍ଟାମୁଣ୍ଡାଇ  : ଆଜିଠୁ ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ। ବଉଳା କୁମ୍ଭୀରର ପ୍ରଜନନ ପାଇଁ ଗତ ମେ’ ୧ ତାରିଖରୁ ଜୁଲାଇ ୩୧ ଯାଏ ଅଭୟାରଣ୍ୟ ବନ୍ଦ ରହିଥିଲା।

ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ୨୩ଟି ଘରୋଇ ଓ ୫ଟି ସରକାରୀ ବୋଟ୍‌ର ବ୍ୟବସ୍ଥା କରାଯାଇଛି। ଗୁପ୍ତି, ଖୋଳା ଏବଂ ଚାନ୍ଦବାଲି ରାସ୍ତା ଦେଇ ପର୍ଯ୍ୟଟକ ଅଭୟାରଣ୍ୟକୁ ଆସିପାରିବେ।

ଏଥିସହିତ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକଙ୍କ ପାଇଁ ଫଟୋ ପରିଚୟ ପତ୍ର ଓ  ବୋଟ୍‌ରେ ଯିବା ବେଳେ ଲାଇଫ୍ ଜ୍ୟାକେଟ୍ ବାଧ୍ୟତାମୂଳକ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

By amfnews

Related Post