Sat. Mar 7th, 2026

ଆଜିଠୁ ଅନ୍‌ଲାଇନ୍‌ରେ ବିକ୍ରି ହେବ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବର ଟିକେଟ୍

301 Views

ଭୁବନେଶ୍ୱର, ୨୦/୧୧: ଆଜିଠୁ ଅନ୍‌ଲାଇନ୍‌ରେ ବିକ୍ରି ହେବ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବର ଟିକେଟ୍। ମଧ୍ୟାହ୍ନ ୧୨ଟାରୁ ticketgenie.in ରେ ଟିକେଟ୍‌ ଉପଲବ୍ଧ ହେବ। ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ୨ଟି ପର୍ଯ୍ୟାୟରେ ହେବ। ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ରେ ଏବଂ ୨୮ ତାରିଖରେ ବାରବାଟୀରେ ହେବ।

ଉଭୟ ସ୍ଥାନରେ ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍.ରହମାନଙ୍କ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ। ତା’ ସହ ଅନେକ ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଉଭୟ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ ଓ ବାହୁବଳି ଷ୍ଟାର ପ୍ରଭାସ ସାମିଲ ହେବେ ବୋଲି ଜଣାପଡ଼ିଛି।

କଳିଙ୍ଗ ଷ୍ଟାଡିୟମ୍‌ରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବ ପାଇଁ ୧୦ ହଜାର ୫ଶହ ଟିକେଟ୍‌ ଏବଂ ବାରବାଟୀ ଉତ୍ସବ ପାଇଁ ୩୦ ହଜାର ଟିକେଟ୍ ବିକ୍ରି ହେବ।ଉଦ୍‌ଘାଟନୀ ଉତ୍ସବ ଏବଂ ମ୍ୟାଚ୍ ଗୁଡ଼ିକର ସିଧାପ୍ରସାରଣ ଦେଖିବା ପାଇଁ ଦର୍ଶକଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏଲ୍‌ସିଡି ଲାଗିବ ବୋଲି ସୂଚନା ମିଳିଛି।

By amfnews

Related Post