Tue. Dec 24th, 2024

ଆଜିଠାରୁ ୨ଦିବସୀୟ ୧୫ତମ ଜି-୨୦ ସମ୍ମିଳନୀ, ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ

By amfnews Nov 21, 2020 #Featured
109 Views

ନୂଆଦିଲ୍ଲୀ, ନଭେମ୍ବର ୨୧ : ପଂଚଦଶ ଜି-୨୦ ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀ ସହିତ ଯୋଡ଼ିହେବେ । ସାଉଦୀ ଆରବର କିଙ୍ଗ ଏହି ସମ୍ମିଳନୀର ଅଧ୍ୟକ୍ଷତା କରିବେ । ଦୁଇ ଦିବସୀୟ ଏହି ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ ।

ଜି-୨୦ ଦେଶର ନେତାଙ୍କ ଏହା ହେଉଛି ୨ୟ ବୈଠକ । ଏହା ପୂର୍ବରୁ ମାର୍ଚ୍ଚ ୫ରେ ବୈଠକ ହୋଇଥିଲା । ଆଜିଠାରୁ ଆରମ୍ଭ ହେଉଥିବା ଜି-୨୦ ସମ୍ମିଳନୀରେ କରୋନା ମହାମାରୀର ପ୍ରଭାବ, ଭବିଷତର ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଓ ଆର୍ଥିକ ବ୍ୟବସ୍ଥାକୁ ପୁଣି ଥରେ ସକ୍ରିୟ କରିବା ନେଇ ସମ୍ମିଳନୀରେ ଆଲୋଚନା ହେବ । 

ତେବେ ଜି-୨୦ ସମ୍ମିଳନୀ ପୂର୍ବରୁ ରିୟାଦର ନୋଟରେ ଛପାଯାଇଥିବା ଭାରତର ଭୁଲ ମାନଚିତ୍ର ଚର୍ଚ୍ଚା ପାଲଟିଥିଲା । ୨୦ ରିୟାଲ ବ୍ୟାଙ୍କ ନୋଟ ଉପରେ ଭାରତର ଭୁଲ ମ୍ୟାପ ଛପାଯାଇଥିଲା, ଯେଉଁଥିରେ କି ଅବିଭକ୍ତ ଜମ୍ମୁ କଶ୍ମୀର ଓ ଲଦ୍ଦାଖକୁ ଭିନ୍ନ ଭାବରେ ଚିତ୍ରିତ କରାଯାଇଥିଲା ।  

ଜି-୨୦ ସମୂହ ଦେଶରେ ଆମେରିକା, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ମ୍ୟାକ୍ସିକୋ, ରୁଷିଆ, ସାଉଦୀ ଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ୟୁନାଇଟେଡ କିଙ୍ଗଡମ ଓ ଇଉରୋପୀୟ ସଂଘ ।  

By amfnews

Related Post