Sat. Nov 23rd, 2024

ଆଜିଠାରୁ ଶସ୍ତା ହେଲା ଏହିସବୁ ଜିନିଷ

By amfnews Aug 1, 2019 #Featured
121 Views

ଇଂରାଜୀ ତାରିଖ ଅନୁସାରେ ଆଜିଠାରୁ ଆରମ୍ଭ ହେଉଛି ଅଗଷ୍ଟ ମାସ । ତେବେ ଏହି ମାସଟି ସାଧାରଣ ଲୋକଙ୍କ ପାଇଁ ଅନେକ ଖୁସି ଆଣିବାକୁ ଯାଉଛି । ଅନେକ ସାମଗ୍ରୀର ଦରଦାମରେ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତୁ ଅଗଷ୍ଟ ମାସ କେଉଁ ଖୁସି ଆଣିଛି ଟିକେ ନଜର ପକାଇବା ।

ଟଙ୍କା ସହ ଜଡିତ ଥିବା ସେବାକୁ ମାଗଣା କଲା ଏସବିଆଇ :

ଏସବିଆଇ ଆଇଏମପିଏସ୍ ଚାର୍ଜକୁ ଶେଷ କରିଥିବା ଘୋଷଣା କରଛି , ଯାହା ଅଗଷ୍ଟ ୧ ତାରିଖରୁ ଲାଗୁ ହେବାକୁ ଯାଉଛି । ଏବେ ଏସବିଆଇର ୟୋନୋ ଆପ୍ , ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର୍ କରୁଥିବା ୟୁଜର୍ସଙ୍କଠାରୁ ଏବେ କୌଣସି ପ୍ରକାରର ଆଇଏମପିଏସ୍ ଚାର୍ଜ  କରାଯିବ ନାହିଁ । ଏହାପୂର୍ବରୁ ଏସବିଆଇ ଆରଟିଜିଏସ୍ ଏବଂ ଏନଇଏଫଟି ଚାର୍ଜକୁ ମଧ୍ୟ ଶେଷ କରିଦେଇଥିଲା ।

ଏବେ ବିନା ସବସିଡିର ଗ୍ୟାସ୍ ସିଲିଣ୍ଡର କିଣିଲେ ୫୭୪.୫୦ ଟଙ୍କା ଦେବାକୁ ପଡିବ । ଏହା ପୂର୍ବରୁ ୧୪.୨ କିଲୋର ଗ୍ୟାସ୍ ସିଲିଣ୍ଡର ପାଇଁ ୬୩୭ ଟଙ୍କା ଦେବାକୁ ପଡୁଥିଲା । ଏହି ନୂଆ ଦର ବୁଧବାର ମଧ୍ୟରାତ୍ର ଠାରୁ ଲାଗୁ ହୋଇଛି ।
ଇଲେକ୍ଟ୍ରିକ୍ ଗାଡି ହେଲା ଶସ୍ତା :

ଅଗଷ୍ଟ ୧ରୁ ଇଲେକ୍ଟ୍ରିକ୍ ଗାଡି ଶସ୍ତା ହେଉଥିବା ଜଣାଯାଇଛି । ଜିଏସଟି କାଉନସିଲ୍ ବ୍ୟାଟେରିରେ ଚାଲୁଥିବା କାର୍ ଏବଂ ସ୍କୁଟରରେ ଲାଗୁଥିବା ଜିଏସଟି ଦର କମାଇବା ଫଳରେ ଗାଡି କିଣିବା ଏବେ ଶସ୍ତା ହୋଇଯାଇଛି । ଜିଏସଟି କାଉନସିଲ୍ ବୈଠକରେ କରକୁ ୧୨ % ରୁ ହଟାଇ ୫ % କରାଯାଇଛି ଏବଂ ଚାର୍ଜ ଉପରେ ୧୮ ପ୍ରତିଶତରୁ କମ୍ କରି ୧୨ ପ୍ରତିଶତ କରାଯାଇଛି ।

By amfnews

Related Post