Sat. Dec 28th, 2024

“ଆଖି’ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମାନସିକ ବିକାର ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ

rklsanchar@gmail.com' By J.N. Pradhan Jul 9, 2018 #Featured
168 Views

ରାଉରକେଲା, ୯/୭ : ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଖି ପକ୍ଷରୁ ଆଜି ଛେଣ୍ଡ କଲୋନୀର କଳିଙ୍ଗ ବିହାର ସ୍ଥିତ ଜଣେ ମାନସିକ ବିକାର ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରାଯାଇଛି । ଅନୁଷ୍ଠାନର ସଦସ୍ୟମାନେ ଏକତ୍ରିତ ହୋଇ କଳିଙ୍ଗ ବିହାରରେ ପହଞ୍ôଚ ପ୍ରଥମେ ସମ୍ପୃକ୍ତ ମାନସିକ ବିକାର ବ୍ୟକ୍ତିଙ୍କୁ ଠାବ କରିଥିଲେ ।

ଅନୁଷ୍ଠାନର ସଦସ୍ୟମାନେ ପ୍ରଥମେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ, ଠିକଣା ଆଦି ପଚାରି ବୁଝିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ । ପରେ ଅନୁଷ୍ଠାନ କର୍ମକର୍ତ୍ତାମାନେ ତାଙ୍କୁ ନେଇ ନିକଟସ୍ଥ ଏକ ସେଲୁନ ଦୋକାନରେ ତାଙ୍କ ଚୂଳ କଟାଇଥିଲେ । ପରେ ତାଙ୍କୁ ନୂତନ ବସ୍ତ୍ର ମଧ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିଲା । ଏହି ଅନୁଷ୍ଠାନ ପ୍ରତ୍ୟେକ ରବିବାର ଦିନ ସହରର କୌଣସି ନା କୌଣସି ସ୍ଥାନରେ ଏଭଳି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି । କେତେବେଳେ ରକ୍ତଦାନ ଶିବିର ତ ଆଉ କେତେବେଳେ କୁଷ୍ଠରୋଗୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଆଦି କରିଆସୁଛି ।

ଆଉ କେତେବେଳେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସହାୟତା କରୁଛି ତ କେତେବେଳେ ଅନ୍ୟାନ୍ୟ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରିଆସୁଛି ବୋଲି ଅନୁଷ୍ଠାନର ସଭାପତି ଅବିନାଶ ଶୁକ୍ଳା କହିଛନ୍ତି । ଆଜି ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ସଭାପତି ଅବିନାଶ ଶୁକ୍ଲା, ଉପସଭାପତି ନିର୍ମଳ ପାଲ, ସମ୍ପାଦକ ରୁଦ୍ର ନାରାୟଣ ସ୍ୱାଇଁ, ଯୁଗ୍ମ ସମ୍ପାଦକ ଜିତୁ ପ୍ରଧାନ, କୋଷାଧ୍ୟକ୍ଷ ଚିନ୍ମୟ ସାମଲ, ଉପଦେଷ୍ଟା ସିଲୁ ଦାସ, ବିବେକ ଅଗ୍ରୱାଲ, ଆଶିଷ ସାହୁଙ୍କ ସମେତ ସୁମନ ଶେଖର ମହାରଣା, ଶଶିକାନ୍ତ ମହାନ୍ତି, ଅଶୋକ ସାହୁ, ନିରଞ୍ଜନ ସାହୁ, ବିକାଶ ଷଡଙ୍ଗୀ, ଶ୍ରୀକାନ୍ତ ସାହୁ, ସୁବୋଧ କଂସାରୀ, ସତ୍ୟ ପ୍ରଧାନ, ଦୁଷ୍ମନ୍ତ ଦଳେଇ, ସରୋଜ ନାଗ, ହିତେଷ ଚାୱଲା, ଅନୀଲ ଚାୱଲା, ମାନସ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ୍ ଥିଲେ । ଆଖି ଅନୁଷ୍ଠାନ ଏଭଳି କାର୍ଯ୍ୟକ୍ରମ କରି ସହରରେ ଥିବା ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କ ପ୍ରତି ପ୍ରେରଣାର ଉତ୍ସ ପାଲଟିଛି ।

Related Post