Sat. Apr 19th, 2025

ଆଖିର କଜଳ ବନିଗଲା ମୃତ୍ୟୁର କାରଣ

By amfnews Feb 20, 2019 #Featured
black and white of sad woman hug her knee and cry. Sad woman sitting alone in a empty room beside window or door
358 Views

ନାସିକ୍‌: ସାଧାରଣତଃ ମହିଳାମାନେ ନିଜ ଆଖିକୁ ସୁନ୍ଦର କରିବା ପାଇଁ କଜଳ ଲଗାଇଥାନ୍ତି । କିନ୍ତୁ ଏମିତି କ’ଣ ହେଲା କି ନାସିକ୍‌ର ଦତ୍ତନଗରରେ ରହୁଥିବା ମହିଳା କଜଳ ପାଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ? ପତ୍ନୀ ଏଭଳି ପଦକ୍ଷପ ହଠାତ୍‌ କ’ଣ ପାଇଁ ନେଲେ, ସେହି ପ୍ରଶ୍ନ ସ୍ୱାମୀ ମନରେ ଉଠିଥିବା ବେଳେ ସୁଇସାଇଡ୍‌ ନୋଟ୍‌ରୁ ପ୍ରକୃତ କାରଣ ସାମ୍ନାକୁ ଆସିଥିଲା । ଯାହା ସ୍ଥାନୀୟ ଲୋକେ ଏବଂ ପୁଲିସକୁ ଆଶ୍ଚର୍ଯ୍ୟ କରିଥିଲା ।

ଗତ ବୁଧବାର ଫେବୃଆରୀ ୧୩ରେ ରୁଖ୍‌ମା ନିଜ ସ୍ୱାମୀ ଅଫିସ ଯିବାପରେ ବାଥ୍‌ରୁମ୍‌କୁ ଯାଇ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ଏ ନେଇ ପ୍ରଥମେ ରୁଖ୍‌ମାଙ୍କ ସ୍ୱାମୀ ଏବଂ ପରେ ପୁଲିସକୁ ସୂଚନା ଦିଆ ଯାଇଥିଲା ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଏକ ସୁଇସାଇଡ୍‌ ନୋଟ୍‌ ପାଇ ସେଥିରେ ଲେଖାଥିବା ଆତ୍ମହତ୍ୟାର କାରଣ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । “ମୋ ଆଖିରୁ ସବୁ ବେଳେ ପାଣି ବାହାରୁଥିଲା । ଯାହା ପାଇଁ ମୁଁ ଆଖିରେ ଲଗାଉଥିବା କଜଳ ତଳକୁ ବୋହି ଆସିବା ସହ ମୋର ମେକ୍‌ଅପ୍‌ ଖରାପ ହୋଇ ଯାଉଥିଲା । ଦିନକୁ ଦିନ ମୁଁ ଅସୁନ୍ଦର ଦିଶୁଥିଲି । ଯାହା ପାଇଁ ମୁଁ ଏଭଳି ପଦକ୍ଷପ ନେଇଛି । ମୋର ଆତ୍ମହତ୍ୟା କରିବା ପଛରେ କାହାର ହାତ ନାହିଁ” ବୋଲି ରୁଖ୍‌ମା ନିଜ ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ ।

By amfnews

Related Post