209 Views
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଦେଶବାସୀଙ୍କ ମନରେ ଜଳୁଛି ପ୍ରତିଶୋଧର ବହ୍ନି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଆକ୍ରମଣର ପ୍ରତିଶୋଧ ଦରକାର । ଘଟଣାରେ ସାଧାରଣ ଲୋକେ ଯେତିକି କ୍ରୋଧାନ୍ୱିତ, ସୁରକ୍ଷାକର୍ମୀମାନେ ମଧ୍ୟ ଆକ୍ରମଣର ପ୍ରତିଶୋଧ ନେବାପାଇଁ ସେପରି ତତ୍ପର । ସିଆରପିଏଫ୍ ଟ୍ୱିଟ୍ ଜରିଆରେ କହିଛି, ଏପରି ଜଘନ୍ୟ ଅପରାଧର ପ୍ରତିଶୋଧ ନିଶ୍ଚିତ ଭାବେ ନିଆଯିବ । ଏହି ଘଟଣାକୁ କେବେ ବି ଭୁଲିବୁ ନାହିଁ , ନା କ୍ଷମା କରପାରିବୁ । ପୁଲୱାମା ଆକ୍ରମଣରେ ସହିଦଙ୍କୁ ଓ ସହିଦ ପରିବାରଙ୍କୁ ସଲାମ୍ କରବା ସହ ସବୁବେଳେ ପାଖରେ ଛିଡ଼ାହେବୁ ବୋଲି କହିଛି ସିଆରପିଏଫ୍।