122 Views
ଭୁବନେଶ୍ୱର, ଜୁଲାଇ ୨୫ : ଜୁଆ ଆଡ୍ଡାରେ ଚଢ଼ାଉ ସମୟରେ ପୋଲିସ କର୍ମଚାରୀମାନେ ଆକ୍ରମଣର ଶିକାର ହୋଇଛନ୍ତି । ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଭଣ୍ଡିସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ଏଠାରେ ଶୁକ୍ରବାର ରାତି ଜୁଆ ଖେଳ ଚାଲିଥିବା ପେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଚଢ଼ାଉ କରାଯାଇଥିଲା । କିନ୍ତୁ ପୋଲିସକୁ ଦେଖି ଜୁଆ ଖେଳାଳିମାନେ ଅତର୍କିତ ଆକ୍ରମଣ କରିଥିଲେ । କିନ୍ତୁ ପୋଲିସ ଉପସ୍ଥିତ ବୁଦ୍ଧି ଲଗାଇ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।