Thu. Dec 26th, 2024

ଆକାଶରୁ ଭାରତ ଉପରେ ଗୁଇନ୍ଦାଗିରି କରୁଛି ଚୀନ୍, ହାଇଆର୍ଲଟରେ ଭାରତୀୟ ଗୁଇନ୍ଦା ବାହିନୀ

By amfnews Sep 4, 2020 #Featured
418 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୪ : ପୂର୍ବ ଲଦାଖରେ ସୀମା ବିବାଦର ସମାଧାନ ପାଇଁ ବିଭିନ୍ନ ସ୍ତରର ଆଲୋଚନା ସତ୍ତ୍ୱେ ଭାରତ-ଚୀନ୍ ସମ୍ପର୍କ ମଧ୍ୟରେ ତିକ୍ତତା ଜାରି ରହିଛି। ଏଭଳି ପରିସ୍ଥିତିରେ ଚୀନ୍ ପୂର୍ବ ଲଦାଖ ସମେତ ଭାରତୀୟ ସୀମା ସୀମାବର୍ତ୍ତୀ ଅଞ୍ଚଳରେ ନିଜର ସୈନ୍ୟ ନିୟୋଜନ ବୃଦ୍ଧି କରୁଛି, କିନ୍ତୁ ଭାରତରେ ଗୁଇନ୍ଦାଗିରି ଓ ଗୁପ୍ତଚର କରିବା ପାଇଁ ଚୀନ ଏହାର ଉପଗ୍ରହ ବ୍ୟବହାର କରୁଛି । ଉତ୍ତରପ୍ରଦେଶର ପିଲିବିଟ୍-ନେପାଳ ସୀମା ଉପରେ ଆକାଶରେ ଚୀନ୍‌ର ଉପଗ୍ରହର ଉପସ୍ଥିତି ପରେ ଭାରତୀୟ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇପଡିଛନ୍ତି। ସ୍ଥାନୀୟ ଏଜେନ୍ସିଠାରୁ ଆରମ୍ଭ କରି ସାମରିକ ଗୁପ୍ତଚର ପର୍ଯ୍ୟନ୍ତ ଏହି ଅଞ୍ଚଳରେ ସୁରକ୍ଷା କଡାକଡି କରାଯାଇଛି ।

ସୂଚନାନୁସାରେ, ନେପାଳ ସୀମାରେ ଥିବା ପିଲିବିଟରେ ଚୀନ ଉପଗ୍ରହ ମାଧ୍ୟମରେ ଫଟୋ ଉଠାଇବା ନେଇ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ଦିଲ୍ଲୀ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି । ଏହା ପରେ ସମସ୍ତ ଅଧିକାରୀ ଏଜେନ୍ସି ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏ ସମ୍ପର୍କରେ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଡିଆଇଜି ରେଞ୍ଜ ରାଜେଶ ପାଣ୍ଡେ, ଏସଏସପି ଶୈଲେଶ କୁମାର ପାଣ୍ଡେ ବାୟୁସେନା ଷ୍ଟେସନ ଅଧିକାରୀ, ଆର୍ମି ଇଣ୍ଟେଲିଜେନ୍ସର ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିବା ଜଣାପଡିଛି । ଏହି ଘଟଣା ସମ୍ପର୍କରେ ଆଇବି ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି । ନେପାଳ ସୀମାରେ ମୁତୟନ ଥିବା ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରାଯାଇଥିଲା । ସମଗ୍ର ନେପାଳ ସୀମାରେ ଏ ନେଇ ସତର୍କ ସୂଚନା ଜାରି କରିବା ସହ ପାଟ୍ରୋଲିଂକୁ ମଧ୍ୟ ବୃଦ୍ଧି କରାଯାଇଛି ।

By amfnews

Related Post