Sun. Mar 8th, 2026

ଆକସନ୍‌ ମୁଡରେ ଯୋଗୀ ସରକାର: ଆନ୍ଦୋଳନ ବେଳେ ହିଂସାରେ ସାମିଲ ହୋଇଥିବା ବିକ୍ଷୋଭକାରୀଙ୍କ ୫୦ଟି ଦୋକାନ ଜବତ

251 Views

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନ୍‌ଆରସି) ବିରୋଧରେ ହିଂସାତ୍ମକ ପ୍ରଦର୍ଶନ ସାରା ଦେଶରେ ଜାରି ରହିଛି। ଆନ୍ଦୋଳନ ସମୟରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଥିବା ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି।

ମୁଜାଫରନଗରରେ ପ୍ରଶାସନ ସିଏଏ ଓ ଏନ୍‌ଆରସି ବିରୋଧରେ ଚାଲିଥିବା ଆନ୍ଦୋଳନରେ ସାମିଲ ଥିବା ୫୦ଜଣ ଆନ୍ଦୋଳନକାରୀଙ୍କ ଦୋକାନ ଜବତ କରି ନେଇଛନ୍ତି। ଏହି ଦୋକାନୀମାନେ ଆନ୍ଦୋଳନ ବେଳେ ହିଂସା ଘଟାଇଥିବା ଜଣାପଡ଼ିଛି। ଏଥିସହିତ ଗୋରଖପୁର ପୁଲିସ ଆନ୍ଦୋଳନକାରୀଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଛି। ଏହି ଆନ୍ଦୋଳନକାରୀଙ୍କ ପରିଚୟ ଯିଏ ଦେବେ ତାଙ୍କୁ ପୁରସ୍କାର  ବି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

GORAKHPUR POLICE

@gorakhpurpolice

दिनांक 20.12.2019 को गोरखपुर में उपद्रवियों/पथराव करने वाले निम्न व्यक्ति चिन्हित/ है। इन व्यक्तियो की सूचना को दे, सूचना देने वाले व्यक्ति का नाम पता गोपनीय रखा जायेगा एवं उचित इनाम दिया जायेगा। @uppolice

View image on TwitterView image on Twitter

ଆନ୍ଦୋଳନ ସମୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ଏକ ଚାରିଜଣିଆ କମିଟି ଗଠନ କରିଛନ୍ତି। ଏଥିସହିତ ଲକ୍ଷ୍ନୌରେ ଆନ୍ଦୋଳନ ବେଳେ ହିଂସାରେ ସାମିଲ ହୋଇଥିବା ୨୫୦ ଲୋକଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଲାଗୁ କରାଯିବ ବୋଲି ପ୍ରସ୍ତୁତି ଚଳାଯାଉଛି।

 

ଗତ ଡିସେମ୍ବର ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆନ୍ଦୋଳନ ବେଳେ ଆନ୍ଦୋଳନକାରୀ ହିଂସା କିମ୍ବା ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରି ପାରିବେ ନାହିଁ। ଆଉ ଏଭଳି ସମ୍ପତ୍ତି ନଷ୍ଟ କରିଥିବା ଆନ୍ଦୋଳନକାରୀଙ୍କ ସମ୍ପତ୍ତି ଜବତ କରଯିବ ବୋଲି ସ୍ପଷ୍ଟ ସୂଚନା ଦେଇଥିଲେ।

By amfnews

Related Post