Mon. Apr 21st, 2025

ଆଉ ଚଳିବନି ଜିଗ୍ ଜାଗ୍ ଡ୍ରାଇଭିଂ, ୧ରୁ ରାଜଧାନୀରେ ନୂଆ ଟ୍ରାଫିକ୍ ନିୟମ

By amfnews Aug 27, 2019 #Featured
206 Views

ଭୁବନେଶ୍ୱର : ଆଉ ଚଳିବନି ଜିଗ୍ ଜାଗ୍ ଡ୍ରାଇଭିଂ। ଆସନ୍ତା ୧ ତାରିଖରୁ ଅର୍ଥାତ୍‌ ରବିବାରଠୁ ରାଜଧାନୀରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବ। ଟ୍ରାଫିକ୍ ନିୟମ ଖିଲାଫକାରୀଙ୍କୁ ଡ୍ରୋନ୍ ସହାୟତାରେ କମିଶନରେଟ୍ ପୁଲିସ୍ ଧରି କଡ଼ା ଜୋରିମାନା ଆଦାୟ କରିବ।  ବାଇକ୍ ହେଉ କି କାର୍ ଅଥବା ଅଟୋ, ନିୟମ ଉଲ୍ଲଘଂନ କଲେ ସମସ୍ତେ ଗଣିବେ ତଣ୍ଡ।

ପ୍ରଥମ ଥର ପାଇଁ ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ରାସ୍ତାକୁ ‘ନୋ ଓଭର ଟେକିଂ ଜୋନ୍’ ଘୋଷଣା କରାଯାଇଛି। ଟ୍ରାଫିକ୍ ଠାରୁ ଶହେ ମିଟର ପୂର୍ବରୁ ଓଭର ଟେକ୍‌ କଲେ ଗାଡ଼ି ଚାଳକ ଜୋରିମାନା ଦେବେ। ତା’ସହ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା ପାଇଁ ମଧ୍ୟ ପୁଲିସ୍‌ ଯୋଜନା କରିଛି। ଏହାଦ୍ୱାରା ଯିଏ ଯେଉଁ ଲେନ୍‌ରେ ଆସୁଛନ୍ତି, ସେହି ଲେନ୍‌ରେ ହିଁ ଯିବାକୁ ହେବ। ଏଥିରେ ଖିଲାଫ କଲେ ଡ୍ରୋନ୍ ଟ୍ରାକ୍ କରି ଧରିବ।

ଅନ୍ୟପକ୍ଷରେ କେନ୍ଦ୍ର ପରିବହନ ମନ୍ତ୍ରାଳୟର ନୂଆ ଟ୍ରାଫିକ୍‌ ନିୟମ ମଧ୍ୟ ଆସନ୍ତା ରବିବାରଠାରୁ ଲାଗୁ ହେବ। ବିନା ଲାଇସେନ୍ସରେ ଗାଡ଼ି ଚଲାଉଥିଲେ ୫ ହଜାର, ମଦ୍ୟପାନ କରି ଗାଡ଼ି ଚଲାଇଲେ ୧୦ ହଜାର, ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡ଼ି ଚଲାଇଲେ ୫ ହଜାର ଟଙ୍କା ତଣ୍ଡ ଗଣିବେ ଖିଲାପକାରୀ। ସେହିପରି  ବିନା ସିଟ୍ ବେଲ୍ଟରେ କାର୍ ଚଲାଉଥିଲେ ହଜାରେ ଏବଂ ୨ଚକିଆ ଯାନରେ ୩ଜଣ ବସିଲେ ୨ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏମିତିକି ସ୍ଥଳ ବିଶେଷରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ। ଦିନେ ଦୁଇଦିନ ଭିତରେ ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି।

By amfnews

Related Post