Sat. Dec 28th, 2024

ଆଇପିଏଲ- ୧୩; ଚେନ୍ନାଇ ସୁପର କିଙ୍ଗସ ଖେଳାଳିଙ୍କୁ ପରିବାର ସହ ରହିବା ମନା

By amfnews Aug 7, 2020 #Featured
123 Views

ଚେନ୍ନାଇ, ଅଗଷ୍ଟ ୦୭  : ଆଇପିଏଲର ୧୩ ତମ ସଂସ୍କରଣ ୟୁଏଇରେ ଆୟୋଜିତ ହେବାକୁ ଯାଉଛି । ତେବେ ଏହି ଆଇପିଏଲ ନିମନ୍ତେ ଜୋରଦାର ପ୍ରସ୍ତୁତିରେ ଲାଗି ପଡିଛି ଚେନ୍ନାଇ ସୁପର କିଙ୍ଗସ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଦଳ କିପରି ପ୍ରାକ ପ୍ରସ୍ତୁତି କିପରି ସୂଚାରୁରୂପେ କରିପାରିବ ସେ ନେଇ ଦଳ ତରଫରୁ ପ୍ରସ୍ତୁତି ଜୋର ଦାର ଲାଗିଛି ।

ତେବେ ଏହି ବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ବିନା ପରିବାରର କୌଣସି ସଦସ୍ୟଙ୍କୁ ସାଥିରେ ନ ନେଇ ଚେନ୍ନାଇ ସୁପର କିଙ୍ଗସ ଦଳର ଖେଳାଳିମାନେ ଆଇପିଏଲ ଖେଳିବ ବୋଲି ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଖେଳାଳିଙ୍କ ସୁରକ୍ଷା ପାଇଁ ଏସଓପି ଜାରି କରିଛି ଭାରତୀୟ କ୍ରିକେଟ ବୋର୍ଡ । ଏହା ଅନୁଯାୟୀ ପ୍ରଶିକ୍ଷଣ ଏବଂ ମ୍ୟାଚ୍ ସମୟରେ ପରିବାର ସଦସ୍ୟ ଖେଳାଳିଙ୍କୁ ଭେଟି ପାରିବେ ନାହିଁ । ସୁରକ୍ଷା ଦୃଷ୍ଟିରୁ ବାୟୋ-ବବୁଲ୍ ବାହାରେ ଖେଳାଳୀଙ୍କୁ କାହା ସହିତ ଯୋଗାଯୋଗ କରିବାକୁ ଅନୁମତି ନାହିଁ । ବିଶେଷ କରି ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଖେଳାଳିମାନେ ମଧ୍ୟ ପରିବାର ଲୋକଙ୍କ ସହ ଯାତ୍ରା କରିପାରିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।

ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଚାର୍ଟାର୍ଡ ବିମାନରେ ଦୁବାଇ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ଅଗଷ୍ଟ ୧୯ ରେ ଚେନ୍ନାଇରେ ଏକାଠି ହେବେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି କୌଣସି ବ୍ୟବସାୟିକ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯାଉ ନାହିଁ ତେଣୁ ଏକ ଚାର୍ଟାର୍ଡ ବିମାନର ବ୍ୟବସ୍ଥା କରିବାକୁ ପଡିବ ବୋଲି ଜଣା ପଡିଛି ।

ଦୁବାଇରେ ଏହି ଦଳ ବୁର୍ଜ ଖଲିଫା ନିକଟରେ ଏକ ପଞ୍ଚ ତାରକା ହୋଟଲରେ ରହିବେ । ଏହି ହୋଟେଲରେ ଖେଳାଳି ମାନଙ୍କ ପାଇଁ ଦୁଇ କିମ୍ବା ତିନୋଟି ମହଲା ବୁକ କରିବାର କାର୍ଯ୍ୟକ୍ରମ ରହିଛି ।

By amfnews

Related Post