Sun. Jan 26th, 2025

ଆଇପିଏଲ ଆୟୋଜନ ନିମନ୍ତେ ଏମିରେଟ୍ସ କ୍ରିକେଟ୍ ବୋର୍ଡକୁ ପତ୍ର ଲେଖିଲା ବିସିସିଆଇ

By amfnews Jul 27, 2020 #Featured
146 Views

ନୂଆଦିଲ୍ଲୀ, ଜୁଲାଇ ୨୭ ; ଆଗାମୀ ଆଇପିଏଲ ସଂସ୍କରଣ କରିବା ନିମନ୍ତେ ବିସିସିଆଇ ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) କୁ ଏକ ପତ୍ର ଲେଖିଛି ବୋଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ପରିଚାଳନା ପରିଷଦର ଅଧ୍ୟକ୍ଷ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି । ଏହା ସହ ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ବୋର୍ଡ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି ବ୍ରିଜେଶ ।

ଏହି ବର୍ଷ ମାର୍ଚ୍ଚ ମାସରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ କରୋନା ମହାମାରୀ ଯୋଗୁଁ ସ୍ଥଗିତ ରଖାଯାଇଥିଲା । ଆଇସିସି ନିରାପତା ଦୃଷ୍ଟିରୁ ଟି-ଟ୍ୱେଣ୍ଟି ବିଶ୍ୱକପକୁ ଘୁଂଚାଇ ଦେବାପରେ ଭରତୀୟ କ୍ରିକେଟ ବୋର୍ଡ ଆଇପିଏଲ ଆୟୋଜନ କରିବାକୁ ସ୍ଥିର କରିଥିଲା ।

ଏଥିସହ ପଟେଲ କହିଛନ୍ତି ଯେ ଆଠଟି ଆଇପିଏଲ୍ ଫ୍ରାଞ୍ଚାଇଜ୍ – ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଲୀ ରାଜଧାନୀ, ରାଜସ୍ଥାନ ରୟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ, କୋଲକାତା ନାଇଟ୍ ରାଇଡର୍ସ, କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜର ଟ୍ରେନିଙ୍ଗ କ୍ୟାମ୍ପ ମଧ୍ୟ ୟୁଏଇରେ ଆୟୋଜିତ ହେବ । ୟୁଏଇରେ ବାୟୋ-ସୁରକ୍ଷିତ ପରିବେଶରେ ଏହି ତାଲିମ ଶିବିର ଅନୁଷ୍ଠିତ ହେବ ଏବଂ ଟୁର୍ଣ୍ଣାମେଣ୍ଟ ପାଇଁ ଦଳଗୁଡିକ ଅତି କମରେ ତିନିରୁ ଚାରି ସପ୍ତାହ ଅଭ୍ୟାସ କରିବେ ବୋଲି ମଧ୍ୟ ପଟେଲ ସୂଚନା ଦେଇଛନ୍ତି ।

ଏହିବର୍ଷ ଆଇପିଏଲ ୨୦୨୦ ସଂସ୍କରଣ ସେପ୍ଟେମ୍ବର ୧୯ ରେ ୟୁଏଇରେ ଆରମ୍ଭ ହେବ ଏବଂ ନଭେମ୍ବର ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

By amfnews

Related Post