Thu. Dec 26th, 2024

ଆଇନଜୀବୀଙ୍କ ମଧ୍ୟରେ ଫାଟ, ହାଇକୋର୍ଟ ପରିସରରେ ଦୁଇ ଓକିଲ ଗୋଷ୍ଠୀ ମୁହାଁମୁହିଁ

By amfnews Oct 29, 2018 #Featured
196 Views

କଟକ, ଅକ୍ଟୋବର ୨୯: ହାଇକୋର୍ଟରେ ଦୀର୍ଘ ୨ ମାସ ଧରି ଆନ୍ଦୋଳନ ଜାରି ରଖିଥିବା ଆଇନଜୀବୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଆନ୍ଦୋଳନ ଏବେ ଭାଗ ଭାଗ ହୋଇଯାଇଛି । ଆଇନଜୀବିଙ୍କ ଆନ୍ଦୋଳନରୁ ବିଜେଡି ଲିଗାଲ ସେଲ ଓହରି ଯାଇଛି । ଆଜିଠାରୁ ବିଜେଡ଼ି ସାମ୍ମୁଖ୍ୟ ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି । କାର୍ଯ୍ୟେର ଯୋଗ ଦେବାକୁ ଆସିଥିବା ଓକିଲଙ୍କୁ ହାଇକୋର୍ଟ ବାର ଆସୋସିଏସନ୍‌ର ସଦସ୍ୟମାନେ ତୀବ୍ର ବିରୋଧ  କରିଛନ୍ତି । ହାଇକୋର୍ଟ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।  ତେଣୁ ପୋଲିସ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ହାଇକୋର୍ଟ ପରିସରରରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଓକିଲଙ୍କୁ ମାଡ ମାରିବା ଘଟଣାରେ ଦୀର୍ଘ ୨ ମାସ ଧରି ହାଇକୋର୍ଟର ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ । ତେବେ ଗତ ଶନିବାର ବସିଥିବା ହାଇକୋର୍ଟ ବାର ଆସୋସିଏସନ୍‌ ବୈଠକରେ ଆନ୍ଦୋଳନରୁ ଓହରିବାକୁ ବିଜେଡ଼ି ଲିଗାଲ୍‌ ସେଲ କହିଥିଲା । ଗତକାଲି ସାମ୍ବାଦିକ ସମ୍ମିଳନୀ କରି ଆନ୍ଦୋଳନକୁ ରାଜନୀତିକରଣ କରାଯାଉଥିବା ସହ ଆନ୍ଦୋଳନ ଫଳରେ ଆଇନଜୀବୀମାନେ ହଇରାଣ ହେବା ସହ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଂଚିତ ବିଜେଡ଼ି ହେଉଥିବା ଦର୍ଶାଇ ବିଜେଡ଼ି ଲିଗାଲ ସେଲ୍‌ ଆନ୍ଦୋଳନରୁ ଓହରି ଯାଇଥିଲା ।

ଆଜି 30 ହଜାର ଓକିଲ କାର୍ଯ୍ୟେର ଯୋଗ ଦେବାକୁ ଆସିଛନ୍ତି । ସେମାନଙ୍କୁ ହାଇକୋର୍ଟ ବାର ଆସୋସିଏସନ୍‌ର ସଦସ୍ୟମାନେ ବିରୋଧ କରିଛନ୍ତି । ସରକାର ଓକିଲଙ୍କ ମଧ୍ୟରେ ସରକାର ଫାଟ ସୃଷ୍ଟି କରିଛନ୍ତି ଓକିଲମାନେ ଅଭିଯୋଗ କରିଛନ୍ତି । କୌଣସି ଓକିଲଙ୍କୁ କୋର୍ଟ ଭିତରକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ ।

ସେଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଆଗୁଆ ପଦେକ୍ଷପ ସ୍ୱରୁପ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସାଦା ପୋଷାକରେ ପୋଲିସଙ୍କୁ ନିୟୋଜିତ କରାଯିବା ନେଇ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି । କୌଣସି ଆଇନଜୀବୀଙ୍କ ଉପରେ ଆକ୍ରମଣ ହେଲେ ଅଭିଯୁକ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ସୂଚନା ଦିଆଯାଇଛି ।

By amfnews

Related Post