Mon. Dec 23rd, 2024

ଆଇଓବି ଲୁଟ୍ ଘଟଣାରେ ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପ୍ଲାଣ୍ଟସାଇଟ୍ ପୁଲିସ

By amfnews Aug 4, 2018 #Featured
198 Views

ରାଉରକେଲା,୩ ।୮  : ଇଣ୍ଡିଆନ ଓଭରସିସ ବ୍ୟାଙ୍କ ଲୁଟ ଘଟଣାରେ ଜେଲରେ ଥିବା ଦୁଇ ଡକାୟତଙ୍କୁ ପ୍ଲାଣ୍ଟସାଇଟ୍ ପୁଲିସ୍ ୩ ଦିନିଆ ରିମାଣ୍ଡରେ ନେଇଛି । ଉଭୟଙ୍କୁ ପୁଲିସ୍ ଜେରା କରୁଛି । ଗତ ଜୁନ ମାସ ୧୯ ତାରିଖ ଦିନ ୭/୮ ଜଣ ଡକାୟତ ମଧୁସୂଦନ ମାର୍ଗରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଶାଖାରେ ପଶି ୪୧ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଲୁଟି ନେଇଥିଲେ ।

ଏହି ଡକାୟତମାନେ ଅନୁଗୋଳର ଏକ ବ୍ୟାଙ୍କ ଡକାୟତି ମାମଲାରେ ମଧ୍ୟ ଜଡ଼ିତ ରହିଥିଲେ । ଅନୁଗୋଳ ପୁଲିସ୍ ସେମାନଙ୍କୁ ବିହାର ଗୟା ଅଞ୍ଚଳରୁ ଗିରଫ କରିଥିଲା । ଆଇଓବି ଶାଖାରୁ ଡକାୟତିରେ ସମ୍ପୃକ୍ତ ଥିବାରୁ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ରାଉରକେଲା ପୁଲିସ୍ ଆବେଦନ କରିଥିଲା ଏବଂ ସେମାନଙ୍କୁ ରିମାଣ୍ଡରେ ଆଣି ରାଉରକେଲା ଜେଲରେ ରଖିଥିଲା ।

ଉଭୟ ଅଭିୁଯିକ୍ତ ଓମ୍ ପ୍ରକାଶ ଦାସ (୨୬) ଓ ରାଜେଶ ଦାସ(୩୦)କୁ ପ୍ଲାଣ୍ଟସାଇଟ୍ ପୁଲିସ୍ ୩ ଦିନିଆ ରାମାଣ୍ଡରେ ନେଇଛି । ଡକାୟତି ସମ୍ପର୍କରେ ସେମାନଙ୍କ ଠାରୁ ଅଧିକ ତଥ୍ୟ ହାସଲ ପାଇଁ ପୁଲିସ ଜେରା କରିବ ବୋଲି ସୂଚନା ମିଳିଛି ।

By amfnews

Related Post