Tue. Mar 10th, 2026

ଆଇଏସଆଇଏସ ଆଦର୍ଶରେ ଅନୁପ୍ରାଣିତ କରୁଥିବା ଦେଶର ସମସ୍ତ ମଦ୍ରାସା ବନ୍ଦ କରାଯାଉ: ଓ୍ଵକ୍ଫ ବୋଲର୍ଡ ଅଧ୍ୟକ୍ଷ

231 Views

ଲକ୍ଷ୍ନୌ, ଜାନୁଆରୀ ୨୨ : ମଦ୍ରାସାଗୁଡ଼ିକ ଆଇଏସଆଇଏସ ବିଚାରାଧାରର ପ୍ରଚାର କରୁଛନ୍ତି। ତେଣୁ ସମଗ୍ର ଦେଶରେ ଥିବା ସମସ୍ତ ମଦ୍ରାସାଗୁଡ଼ିକୁ ବନ୍ଦ କରାଯାଉ। ନଚେତ ଆଗାମୀ ୧୫ ବର୍ଷ ଭିତରେ ଦେଶରେ ଥିବା ସମଗ୍ର ମୁସଲମାନଙ୍କ ମଧ୍ୟରେ ୫୦ ପ୍ରତିଶତ ମୌଳବାଦୀ ସଙ୍ଗଠନ ଆଇଏସଆଇଏସକୁ ସମର୍ଥନ କରୁଥିବେ। ତେଣୁ ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଉତ୍ତରପଦେଶ ସିଆ ଓ୍ଵକ୍ପ ବୋର୍ଡ ଅଧ୍ୟକ୍ଷ ଓ୍ଵାସିମ ରିଜଭୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ଶ୍ରୀ ରିଜଭୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିିବା ଚିଠିରେ ଦର୍ଶାଇଛନ୍ତି ଯେ ମୌଳବାଦୀ ଚିନ୍ତାଧାରର ସଙ୍ଗଠନ ଓ ଲୋକେ ଛୋଟ ଛୋଟ ଶିଶୁମାନଙ୍କୁ ଟାର୍ଗେଟ କରି ଆସୁଛନ୍ତି। ମଦ୍ରାସାଗୁଡ଼ିକରେ ଛୋଟ ଶିଶୁମାନଙ୍କ ମୁଣ୍ଡରେ ଆଇଏସଆଇଏସ ବିଚାରାଧାରାକୁ ଲଦି ଦିଆଯାଉଛି। ଆଇଏସଆଇଏସ ମୁସଲମାନ ବହୁଳ ଅଞ୍ଚଳରେ ତାର ମୂଳଦୂଆକୁ ଟାଣ କରିବା ପାଇଁ ଊଦ୍ୟମ କରୁଛି ।ଏଥିପାଇଁ ମଦ୍ରାସାଗୁଡ଼ିକରେ ପଢ଼ୁଥିବା ଛୋଟଛୋଟ କୋମଳମତି ଶିଶୁ ମାନଙ୍କୁ ଟାର୍ଗେଟ କରାଯାଉଛି। ମଦ୍ରାସା ଯାଉଥିିବା କାରଣରୁ ଏହି ଛୋଟ ଶିଶୁମାନେ ସମାଜର ମୁଖ୍ୟ ସ୍ରୋତରୁ ଅଲଗା ହୋଇଯାଉଛନ୍ତି। ସେମାନଙ୍କ ୁସାଧାରଣ ଶିକ୍ଷା ବ୍ୟବସ୍ଥାରୁ ଦୂରେଇ ରଖିବା ସହିତ ଅନ୍ୟ ଧର୍ମ ସମ୍ପର୍କରେ ଜାଣିବ ାର ସୁଯୋଗ ଦିଆଯାଉ ନାହିଁ। ଇସଲାମିକ୍‌ ଶିକ୍ଷା ନାମରେ ସେମାନଙ୍କ ମଧ୍ୟରେ ମୌଳବାଦି ଚିନ୍ତାଧାରା ଲଦି ଦିଆଯାଉଛି।ଏହା ଉଭୟ ମୁସଲମାନ ଶିଶୁ ଓ ଦେଶ ପାଇଁ କ୍ଷତିକାରକ ବୋଲିି ରିଜଭୀ କହିଛନ୍ତି। ବିଶେଷ କରି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମଦ୍ରାସାଗୁଡ଼ିକୁ ବନ୍ଦ କରିବାକୁ ଶ୍ରୀ ରିଜଭୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

By amfnews

Related Post