Sun. Mar 8th, 2026

ଆଇଏନ୍‌ଏକ୍ସ ମିଡିଆ ମାମଲା: ସୁପ୍ରିମ୍‌ କୋର୍ଟରୁ ପି. ଚିଦମ୍ବରମ୍‌ଙ୍କୁ ମିଳିଲା ଜାମିନ

186 Views

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ୱାରା କରାଯାଇଥିବା ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ଙ୍କୁ ବୁଧବାର ଦିନ ସୁପ୍ରିମ୍‌ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି।

ଜଷ୍ଟିସ୍‌ ଆର୍‌ ବାନୁମତୀ, ଏ ଏସ୍‌ ବୋପାନ୍ନା ଏବଂ ହୃଷୀକେଶ ରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ୧୦୫ ଦିନ ହେବ ଚିଦମ୍ବରମ୍‌ ଜେଲ୍‌ରେ ଥିଲେ। ଅଗଷ୍ଟ ୨୧ ତାରିଖ ବିଳମ୍ବିତ ରାତ୍ରୀରେ ସିବିଆଇ ଅଧିକାରୀମାନେ ତାଙ୍କୁ ଅତି ନାଟକୀୟ ଢଙ୍ଗରେ ଗିରଫ କରି ଟେଲିଭିଜନ୍‌ରେ ସିଧା ପ୍ରସାରଣ କରିଥିଲେ। ଏବେ ତାଙ୍କୁ ଦିଲ୍ଲୀର ତିହାର ସେଣ୍ଟ୍ରାଲ୍‌ ଜେଲ୍‌ରୁ ମୁକ୍ତ କରାଯିବ।

ଜାମିନ ଆଦେଶ ଦେବା ବେଳେ ସୁପ୍ରିମ୍‌ କୋର୍ଟର ଖଣ୍ଡପୀଠ ଚିଦମ୍ବରମ୍‌ଙ୍କୁ ୨ ଲକ୍ଷ ଟଙ୍କାର ବେଲ୍‌ ବଣ୍ଡ୍‌ ସେତିକି ଟଙ୍କା ମୂଲ୍ୟର ୨ଟି ବ୍ୟକ୍ତିଗତ ମୁଚାଲିକା ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ବିନା ଅନୁମତିରେ ଚିଦମ୍ବରମ୍‌ ବିଦେଶକୁ ଯାଇ ପାରିବେ ନାହିଁ ବୋଲି ମଧ୍ୟ ଶୀର୍ଷ ଅଦାଲତ କହିଛନ୍ତି।

ଅକ୍ଟୋବର ୨୨ ତାରିଖ ଦିନ ଶୀର୍ଷ ଅଦାଲତଙ୍କ ତିନିଜଣିଆ ଖଣ୍ଡପୀଠ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ। କିନ୍ତୁ ସେତେବେଳକୁ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଆର୍ଥିକ ଦୁର୍ନୀତି ମାମଲାରେ ଗିରଫ କରି ସାରିଥିଲେ।

By amfnews

Related Post