Fri. Mar 6th, 2026

ଆଇଆଇଟି-ଦିଲ୍ଲୀ ନିର୍ମିତ କରୋନାଭାଇରସ୍‌ ଟେଷ୍ଟ୍‌ କିଟ୍‌କୁ ମିଳିଲା ‘ଆଇସିଏମ୍‌ଆର୍’ ଅନୁମୋଦନ

243 Views

ନୂଆଦିଲ୍ଲୀ: ‘ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି’, ଦିଲ୍ଲୀ ଦ୍ବାରା ପ୍ରସ୍ତୁତ କୋଭିଡ୍-୧୯ ଟେଷ୍ଟ୍‌ କିଟ୍‌କୁ ‘ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ ମିଳିଥିବା ଜଣାପଡ଼ିଛି।

ଆଇଆଇଟି ଦିଲ୍ଲୀର କୁସୁମ ସ୍କୁଲ୍ ଅଫ୍ ବାୟୋଲୋଜିକାଲ୍ ସାଇନ୍ସେସ୍‌ର ଗବେଷକମାନଙ୍କ ଦ୍ବାରା ପ୍ରସ୍ତୁତ ଏହି କୋଭିଡ୍-୧୯ ଟେଷ୍ଟ୍ କିଟ୍‌କୁ ଗୁରୁବାର ଦିନ ଆଇସଏମ୍‌ଆର୍‌ର ଅନୁମୋଦନ ମିଳିଛି। ଏଥିରେ ଶତପ୍ରତିଶତ ସେନ୍ସିଟିଭିଟି ଏବଂ ସ୍ପେସିଫିସିଟି ରହୁଥିବା କଥା ଆଇସିଏମ୍ଆର୍ କହିଛି।

ଆଇଆଇଟି-ଦିଲ୍ଲୀର ପ୍ରଫେସର୍ ଭି ପେରୁମଲ୍ କହନ୍ତି, ଜାନୁଆରି ଶେଷ ଆଡ଼କୁ ଆମେ କାମ ଆରମ୍ଭ କରି ତିନି ମାସ ମଧ୍ୟରେ ଏହି କିଟ୍‌ ପ୍ରସ୍ତୁତ କରିଦେଲୁ। ଶସ୍ତାରେ ବହୁ ସଂଖ୍ୟାରେ ବ୍ୟବହାର କରିହେବା ଭଳି ନିଦାନ ବ୍ୟବସ୍ଥା କରିବାକୁ ଆମର ଇଚ୍ଛା ଥିଲା। ଏହା ହେଉଛି ଗୋଟାଏ ସ୍ବାବ୍‌ ଟେଷ୍ଟିଙ୍ଗ୍ କିଟ୍। ସମ୍ପ୍ରତି ଉପଲବ୍ଧ ସବୁ ପ୍ରକାର ଟେଷ୍ଟିଙ୍ଗ୍ ଉପକରଣ ଠାରୁ ଏହା ସୁଲଭ। ବ୍ୟାବସାୟିକ ଉତ୍ପାଦନ ନିମନ୍ତେ ମଧ୍ୟ ଏହି ଉପକରଣ ଶସ୍ତା ହେବ।

By amfnews

Related Post