Fri. Mar 6th, 2026

ଅାଜି ସବୁ ଓକିଲ ସଂଘ କାର୍ଯ୍ୟାଳୟ ଅାଗରେ ଦାହ କରିବେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା

297 Views

ଭୁବନେଶ୍ୱର , ଅକ୍ଟୋବର ୩୧: ପୁଲିସ-ଓକିଲ ବିବାଦରେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ମଧ୍ୟ ଓକିଲଙ୍କ କ୍ଷୋଭ କମି ନାହିଁ। ସେମାନେ ଅାନ୍ଦୋଳନ ଜାରି ରଖିଛନ୍ତି। ବିଶେଷ କରି ବିଜୁ ଲିଗାଲ୍ ଫ୍ରଣ୍ଟ ଅାନ୍ଦୋଳନରୁ ଓହରିଯିବା ପରେ ପରିସ୍ଥିତି ଅାହୁରି ସଂଗୀନ ହୋଇଛି।

ସରକାରଙ୍କୁ ଟାର୍ଗେଟ କରିଛନ୍ତି ଓକିଲ। ଅାଜି ମଧ୍ୟାହ୍ନ ୧୨ଟାରେ ରାଜ୍ୟର ସମସ୍ତ ଓକିଲ ସଂଘ କାର୍ଯ୍ୟାଳୟ ଅାଗରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବାକୁ ନିଷ୍ପତ୍ତି ହୋଇଛି। ଗତକାଲି ହାଇକୋର୍ଟ ବାର୍ ଅାସୋସିଏସନର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଅାଯାଇଥିଲା।

ଅାସନ୍ତାକାଲି ରାଜ୍ୟର ସମସ୍ତ ଓକିଲ ସଂଘର ମିଳିତ ବୈଠକ ହେବ। ସେଥିରେ ନିର୍ଦ୍ଧାରଣ କରାଯିବ କଣ ହେବ ପରବର୍ତ୍ତୀ କାର୍ଯ୍ୟପନ୍ଥା। ଏହା ବ୍ୟତୀତ ବିଜୁ ଲିଗାଲ ଫ୍ରଣ୍ଟର ଅାବାହକ ମିଲନ୍ କାନୁନ୍‌ଗୋ, ଉପଦେଷ୍ଟା ଅସୀମ ଅମିତାଭ ଦାସ, ହାଇକୋର୍ଟ ବାର୍‌ର ପୂର୍ବତନ ଉପସଭାପତି ବଂଶୀଧର ଶତପଥୀ, ଷ୍ଟେଟ୍ ବାର୍ କାଉନସିଲ ଅଧ୍ୟକ୍ଷ ଟହଲି ଚରଣ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

ଓକିଲ ଅାନ୍ଦୋଳନ ଉଗ୍ର ରୂପ ଧାରଣା କରିବା ପରେ ବିଶେଷ କରି ହାଇକୋର୍ଟ ଅାଗରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ଏହି ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିଥିଲେ । ଅାସନ୍ତା ୯ ସୁଦ୍ଧା ତଦନ୍ତ ଶେଷ କରିବାକୁ ହାଇକୋର୍ଟ ତଦନ୍ତକାରୀ ଅଧିକାରୀ ତଥା ଅାଇଜି କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ହାଇକୋର୍ଟ ବିଚାରପତି ସି.ଅାର.ଦାଶଙ୍କୁ ପ୍ରତିଦିନ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅାସନ୍ତା ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

By amfnews

Related Post