Sat. Mar 7th, 2026

ଅାଜି ଶ୍ରୀଜୀଉଙ୍କର ବନକଲାଗି ନୀତି

217 Views

ପୁରୀ, ନଭେମ୍ବର ୨୮: ପରମ୍ପରା ବିଧି ମୁତାବକ ଆଜି ଶ୍ରୀଜିଉଙ୍କର ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରାକୃତିକ ରଙ୍ଗରେ ଶ୍ରୀମୁଖ ଶୃଙ୍ଗାର ସଂପନ୍ନ କରାଯିବ।

ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ପ୍ରବେଶ କରି ଶ୍ରୀମୁଖ ଶୃଙ୍ଗାର କରିବେ। ଏହା ଅତ୍ୟନ୍ତ ଗୁପ୍ତ ସେବା ହୋଇଥିବାରୁ ଏହି ସମୟରେ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନଙ୍କ ସୂଚନା ଅନୁସାରେ ଅପରାହ୍ନ ୪ଟା ୩୦ରୁ ୮ଟା ୩୦ ଦୀର୍ଘ ୪ ଘଣ୍ଟା ଧରି ଦର୍ଶନ ବନ୍ଦ ରହିବ।

ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯାଇ ବେଢା ପରିକ୍ରମା ସହ ଅନ୍ୟ ମନ୍ଦିରରେ ଦେବାଦେବୀଙ୍କୁ ଦର୍ଶନ କରି ପାରିବେ।

By amfnews

Related Post