Sat. Mar 7th, 2026

ଅହମ୍ମଦ ପଟେଲ ଲାଞ୍ଚ ଦେଇ ରାଜ୍ୟସଭା ନିର୍ବାଚନ ଜିତିଥିଲେ

238 Views

ଅହମ୍ମଦାବାଦ: ଭାରତୀୟ ଜନତା ପାର୍ଟିର ନେତା ବଳବନ୍ତ ସିଂହ ରାଜପୁତଏକ ବିସ୍ଫୋରକ ବୟାନ୍‌ ଦେଇଛନ୍ତି। ସେ ଗୁଜୁରାଟ ଉଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି କଂଗ୍ରେସ ନେତା ଅହମ୍ମଦ ପଟେଲ ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ବିଧାୟକ ମାନଙ୍କୁ ଲାଞ୍ଚ ଦେଇଛନ୍ତି। ଯେଉଁମାନେ ତାଙ୍କୁ ସମର୍ଥନ କରିବାକୁ ଚାହୁଁ ନଥିଲେ ଅହମ୍ମଦ ସେମାନଙ୍କୁ ଲାଞ୍ଚ ଦେଇଥିଲେ। ସେ ବଲବନ୍ତ ସିଂହଙ୍କୁ ପରାଜିତ କରି ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ଏହାପରେ ରାଜପୁତ ଏହି ନିର୍ବାଚନକୁ ରଦ୍ଦ କରିବା ଲାଗି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ।


ଜଷ୍ଟିସ ବେଲା ତ୍ରିପାଠୀଙ୍କ ସମ୍ମୁଖରେ ରାଜପୁତ କହିଛନ୍ତି ଯେ,ଅହମ୍ମଦ ପଟେଲ୍‌ ବେଙ୍ଗାଲୁରୁରେ ଏହି କଂଗ୍ରେସ ବିଧାୟକ ମାନଙ୍କର ଯାତ୍ରା ପାଇଁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଖାଲି ସେତିକି ନୁହେଁ ବିଜେପି ନେତା ରାଜପୁତ ଆହୁରି ମଧ୍ୟ କହିଛନ୍ତି ଯେ ପଟେଲଙ୍କ ଇସାରାରେ ୪୪ ଜଣ କଂଗ୍ରେସ ବିଧାୟକଙ୍କୁ ପ୍ରଚୁର ଟଙ୍କା ଦିଆଯାଇଥିଲା।ଆଗାମୀ ୩୧ ତାରିଖରେ ନ୍ୟାୟାଳୟରେଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

By amfnews

Related Post