Tue. Dec 24th, 2024

ଅସହ୍ୟ ଜାଡରେ ଥରୁଛି ଓଡ଼ିଶା, ୧୫ ଡିଗ୍ରୀ ତଳେ ୧୨ଟି ସହରରେ ସର୍ବନିମ୍ନ ତାପମାତ୍ରା

By amfnews Nov 24, 2020 #Featured
239 Views

ଭୁବନେଶ୍ୱର,ନଭେମ୍ବର 24: ଦିନକୁ ଦିନ ଖସୁଛି ପାରଦ । ଶୀତରେ ଥରିଲାଣି ଓଡ଼ିଶା । ରାଜ୍ୟର ୧୨ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସିଛି । ଆଗକୁ ଆହୁରି ପାରଦ ଖସିବ, ବଢ଼ିବ ଶୀତ ।

ଓଡ଼ିଶାରେ ବଢୁଛି ଜାଡ଼ । ରାଜ୍ୟର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ବଢୁଛି ଶୀତ  ।  ସେଠାରେ ରାତିରେ ସର୍ବନିମ୍ନ ୯ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୧୧.୦ସୋନପୁରରେ ୧୧.୪ଅନୁଗୁଳରେ ୧୧.୬ବାରିପଦାରେ ୧୨.୦କେନ୍ଦୁଝରରେ ୧୨.୪ ଡିଗ୍ରୀ ସେଲସିୟସକୁ ଖସିଛି ତାପମାତ୍ରା  ।

ତାଳଚେରରେ ୧୨.୫ଭବାନୀପାଟଣାରେ ୧୩.୬ଝାରସୁଗୁଡ଼ାରେ ୧୩.୮କୋରାପୁଟରେ ୧୪.୦କଟକରେ ୧୪.୫ ଓ ଚାନ୍ଦବାଲିରେ ରେକର୍ଡ ହୋଇଛି ୧୪.୮ଡିଗ୍ରୀ ସେଲସିୟସ୍ ତାପମାତ୍ରା । ଭୁବନେଶ୍ୱରରେ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସକୁ ଖସିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସକାଳୁ ସକାଳକୁ ଘନ କୁହୁଡ଼ି ଦେଖେବାକୁ ମିଳୁଛି । ପ୍ରବଳ କୁହୁଡି ଯୋଗୁଁ ଜାତୀୟ ରାଜପଥ-୪୯ ରେ ଗାଡି ଚଲେଇବା ମଧ୍ୟ ସମ୍ଭବପର ହେଉନାହିଁ ।

By amfnews

Related Post